July 6, 2024

ପଖାଳ କଂସା ରୁ ପିଆଜ ଉଭାନ : ପୁଣି ଖାଉଟିଙ୍କୁ ଡରାଇଲା ପିଆଜ ଦର

Share

ପଖାଳ କଂସା ରୁ ପିଆଜ ଉଭାନ : ପୁଣି ଖାଉଟିଙ୍କୁ ଡରାଇଲା ପିଆଜ ଦର


କନ୍ଦାଇଲାଣି ପିଆଜ ଦର । ଗତ କେଇଟା ଦିନରେ ପିଆଜ ଦର ଡବଲ । କାଟିଲେ ନୁହେଁ ଏବେ ପିଆଜ ଦେଖିଲେ ଓ କିଣିଲେ ଖାଉଟିଙ୍କୁ କାନ୍ଦଲାଗିବ l ଏବେ ପଖାଳ କଂସା ରୁ ପିଆଜ ଉଭାନ । ଯେଉଁ ପିଆଜକୁ 30 ରୁ 40 ଟଙ୍କା ଦେଇ କିଣୁଥିଲେ ତାହା ଏବେ 60 ପାର୍ । ଏପରିକି କିଛି ଖୁଚୁରା ବେପାରୀ ମନ ଇଚ୍ଛା ଦରରେ ପିଆଜ ବିକ୍ରୀ କରୁଛନ୍ତି । କେଉଁ ସ୍ଥାନରେ କେତେ ନେଉଛି କିଛି ସ୍ପଷ୍ଟ ଜଣାପଡୁନାହିଁ । ପିଆଜ ଦର ହଠାତ୍ ଏପରି ବଢିଯିବା ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି । ତେବେ ଆନ୍ଧ୍ର ପ୍ରଦେଶ ଓ ବେଙ୍ଗାଲୁରରୁ ପିଆଜ ଆମଦାନୀ ହୋଇପାରୁ ନ ଥିବା ବେଳେ ଏବେ ରାଜ୍ୟରେ ପିଆଜ ଆବଶ୍ୟକତା ପୂରଣ କରିବା ପାଇଁ ନାସିକରୁ ପିଆଜ ଆମଦାନୀ କରାଯାଉଛି ତେଣୁ ଦରଦାମ ବୃଦ୍ଧି ହେଉଥିବା ଶୁଣିବାକୁ ମିଳେ l ସୁବର୍ଣ୍ଣପୁର ଜିଲ୍ଳାରେ ମଧ୍ୟ ଏବେ ପିଆଜ ଦର 60 ଉପରେ l ଜିଲ୍ଲାର ବିଭିନ୍ନ ବଜାର ରେ ପିଆଜ ଦର କୁ ନେଇ ଖାଉଟି ଚିନ୍ତା ପ୍ରକଟ କରିଛନ୍ତି l ପିଆଜ ଏକ ନୀତି ଆବଶ୍ୟକ ପରିବା ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏବେ ପିଆଜ ଦର ଆକାଶ ଛୁଆଁ ହେବାକୁ ବସିଲାଣି l ତେବେ ଏବେ ଠୁ ଯଦି ପିଆଜ ଦର ବଢିଥିବା ବେଳେ ଆଗୁକୁ ଆହୁରି ଅଧିକ ପିଆଜ ଦର ବୃଦ୍ଧି ହେବାକୁ ଏଡାଇ ଦିଆଯାଇ ନ ପାରେ ତେବେ ଏହାକୁ ନେଇ ଖାଉଟି ବେଶ ଚିନ୍ତା ପ୍ରକଟ କରିଥିବା ଦେଖାଯାଇଛି l

You may have missed