July 3, 2024

ଗଞ୍ଜାମ ଏନଏସି — ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଗ୍ରହଣ –

Share

ଗଞ୍ଜାମ ଏନଏସି — ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ
ଗ୍ରହଣ –
=========================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଏନଏସି ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅପର୍ଣ୍ଣା ଡାଙ୍ଗୁଆ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ପୂର୍ବରୁ ଏହି ଏନଏସିର ଇଓ ଅବିନାଶ ମିଶ୍ର ଅତିରିକ୍ତ ତହସିଲଦାର ଭାବେ ପଦୋର୍ନତି ପରେ ଛତ୍ରପୁର ଇଓ ଦାୟିତ୍ୱରେ ଥିଲେ l ନୂତନ ଇଓ ଶ୍ରୀମତୀ ଡାଙ୍ଗୁଆ ଦାୟିତ୍ୱ ଗ୍ରହଣ କରିବା ପରେ ଏନଏସି ସମସ୍ତ କର୍ମଚାରୀ ସ୍ୱାଗତ ଜଣାଇଥିଲେ l ସହରରେ ଅର୍ଦ୍ଧ ନିର୍ମିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ କରିବା ନିମନ୍ତେ ପ୍ରଥମେ ଚେଷ୍ଟା କରିବେ ବୋଲି ନୂତନ ଇଓ ନିଜ ପ୍ରତିକ୍ରିୟାରେ କହିଛନ୍ତି l ଅନ୍ୟପଟେ ନୂତନ ଇଓ ଦାୟିତ୍ୱ ନେବା ପରେ ସହରର ଡେଭଲପମେଣ୍ଟ କାର୍ଯ୍ୟ ହେବ ବୋଲି ସହର ବାସୀ ଆଶାବାଦୀ ଥିବା ଜଣା ପଡିଛି l