March 12, 2026

ଜାତୀୟ ରକ୍ତ ଦାନ ଦିବସ ଅବସର ରେ ରକ୍ତ ଦାନ ଶିବିର ୩୫ୟୁନିଟ ରକ୍ତ ସଂଗୃହୀତ…..

IMG-20251001-WA0128
Share

 

ଅତାବିରା ,ବରଗଡ଼ ବରାହଗୋଡା ଟୋଲ ପ୍ଲାଜା ଠାରେ ଜାତୀୟ ରକ୍ତ ଦାନ ଦିବସ ଅବସର ରେ ଆଶୋକା ବିଲ୍ଡକନ, ଏନ.ଏଚ. ଏ .ଆଇ ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୩୫ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଏହି ଶିବିର ରେ ରମେଶ ବୋର୍କର, ପ୍ଲାଜା ମ୍ୟାନେଜର,ସୁବାସ ବାରିକ,ଲିହାସିନିଂ ମ୍ୟାନେଜର ଓ ଅଶୋକା ର ଅନ୍ୟ କର୍ମଚାରୀ ତଥା ନିଷ୍ଠା ପରିବାର ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସୁପରିଚାଳନା କରିଥିଲେ। ପରିସେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଆଶୋକା ବିଲ୍ଡକନ କୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।