July 1, 2024
Share

*ଖବର ଆଜିର*
ତାରିଖ ୦୧/୧୦/୨୦୨୩ ରବିବାର ।।

ଏସୀୟ କ୍ରୀଡାରେ ସ୍କ୍ୱାସ୍ ଇଭେଂଟରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଖେଳାଳି । ୩୬ରେ ପହଂଚିଲା ପଦକ ସଂଖ୍ୟା ।

ଆମେରିକାରୁ, କାନାଡାକୁ କଡା ନିନ୍ଦା । ଟ୍ରୁଡୋ ପ୍ରଶାସନ ଉପରେ ବର୍ଷିଲେ ଜୟଶଙ୍କର , ‘ଭାରତ ଅନ୍ୟଠାରୁ ବାକସ୍ୱାଧିନତା ଶିଖିବା ଦରକାର ନାହିଁ’ ।

ଛତିଶଗଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାୱାର ଶୋ । କହିଲେ, ଗରିବଙ୍କୁ ଘୃଣା କରେ କଂଗ୍ରେସ, ଦୁର୍ନୀତିରେ ଉବୁଟୁବୁ ହେଉଛି ରାଜ୍ୟ ।

ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ଜଣେ ଶ୍ରମିକ ମୃତ । ରାଜମହଲ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର ।

ବଢ଼ିଲା ୨ହଜାର ଟଙ୍କା ନୋଟ ବଦଳି ଅବଧି । ଅକ୍ଟୋବର ୭ ପର୍ଯ୍ୟନ୍ତ ନୋଟ ବଦଳାଇବାକୁ ମିଳିଲା ଅଧିକ ସମୟ ।

ପରୀକ୍ଷା କରି ଫେଲ୍ ମାରିଛି, ଏଥର ପୋଷ୍ଟର ଲଗାଇବି ନାହିଁ କି ଚା’ ଯାଚିବି ନାହିଁ, ଲୋକେ ଇଚ୍ଛାରେ ଭୋଟ ଦେବେ; ନୀତିନ ଗଡ଼କରୀ ।

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ବିଦେଶ ସ୍ଥାନାନ୍ତର ନିମନ୍ତେ ପରିବାରର ପ୍ରସ୍ତୁତି ।

ରାଜନୀତିରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମୃତ୍ୟୁ ରହସ୍ୟ : ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ।

ଆସନ୍ତା ୪ ତାରିଖରେ ‘ସମ୍ବାଦ’ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏହି ଅବସର‌ରେ ୩ ତାରିଖ ମଙ୍ଗଳବାର ଦିନ ୩ଟା ୩୦ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ।

ତାମିଲନାଡ଼ୁରେ ବଡ଼ଧରଣର ଦୁର୍ଘଟଣା, ଖାଇକୁ ଖସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍, ୮ ମୃତ ।

ଅଧିନାୟକ ହରମନପ୍ରୀତ ସିଂଙ୍କ ଚାରୋଟି ଗୋଲ ସହାୟତାରେ ଭାରତୀୟ ହକି ଦଳ ଏସୀୟ କ୍ରୀଡ଼ାରେ ପାକିସ୍ତାନକୁ ବଡ଼ ବ୍ୟବଧାନ ୧୦-୨ରେ ପରାଜିତ କରିଛି । ଏହି ବୃହତ ବିଜୟ ସହ ଭାରତ ସେମିଫାଇନାଲରେ ମଧ୍ୟ ସ୍ଥାନ ପକ୍କା କରିଛି ।

ମୁଖ୍ୟମନ୍ତ୍ରୀ ସାନ୍ତାଳୀ-ଓଡ଼ିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ।

ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ ; ଦାବି ପୂରଣ ନେଇ ମହଲତ ମାଗିଲେ ସରକାର

ନମାଜ ପଢିବା ପାଇଁ ଏୟାରପୋର୍ଟରେ ସ୍ୱତନ୍ତ୍ର କୋଠରୀ କରିବାକୁ ଆବେଦନ, ଖାରଜ କଲେ ଗୌହାଟି ହାଇକୋର୍ଟ।

ସୁପ୍ରଭାତ ,ଶୁଭ ସକାଳ ।