July 1, 2024

ସ୍ବଛତା ହିଁ ସେବା ଅଭିଯାନରେ ସାମ୍ବାଦିକଙ୍କୁ ଉପେକ୍ଷା

Share

ସ୍ବଛତା ହିଁ ସେବା ଅଭିଯାନରେ ସାମ୍ବାଦିକଙ୍କୁ ଉପେକ୍ଷା

 

ରାମନାଗୁଡା, ସାରା ଦେଶ ସ୍ବଛତା ନିମନ୍ତେ ଆଜି ଏକାଠି ସ୍ବଛତାର ବାର୍ତ୍ତା ଦେଉଥିବା ବେଳେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ଖବର କାଗଜରେ ବିଜ୍ଞାପନ ମାଧ୍ୟମରେ ଲୋକଙ୍କ ପାଖରେ ବାର୍ତା ପହଞ୍ଚାଇବା ନିମନ୍ତେ ସରକାରୀ ଯୋଜନା ଗୁଡ଼ିକର ପ୍ରସାରଣ କରିଥାନ୍ତି ଏବଂ ଏହି ସବୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିବା ସହିତ କିପରି ଲୋକ ମାନେ ସଚେତନ ହେବେ ସେ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ପ୍ରଶାସନିକ ଅଧିକାରୀ ଓ ସରକାରୀ କର୍ମଚାରୀ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ କରି ବିଭିନ୍ନ ଖବରକାଗଜ ମାଧ୍ୟମରେ ଖବର ପ୍ରସାରଣ କରିବା ସହ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ଦିଗରେ ଗଣମାଧ୍ୟମ ଦ୍ଵାରା ଖବର ପ୍ରସାରଣ କରିବା ପାଇଁ ସହାୟତା ଲଢ଼ିଥାନ୍ତି କିନ୍ତୁ ପରିତାପର ବିଷୟ ହେଲା କେନ୍ଦ୍ର ସରକାରଙ୍କ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ ନକରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖା ଦେଇଛି ।ଏଥିରେ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକର ସମସ୍ତ କର୍ମଚାରୀଙ୍କ ଠୁ ଆରମ୍ଭ କରି ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ହେବା ନେଇ ସୂଚନା ପ୍ରଦାନ କରାଯାଇଥିବା ବେଳେ ସାମ୍ବାଦିକଙ୍କୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇନଥିବା କ୍ଷୋଭର ବାତାବରଣ ସୃଷ୍ଟି ହୋଇଛି। ତେବେ ରାମନାଗୁଡା ବ୍ଲକର ଏହି ଦୁଇବିଭାଗର ଅଧିକାରୀ କଣ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖବର ପ୍ରସାରଣ କରିବା ପାଇଁ ସୂଚନା ପ୍ରଦାନ କରି ନାହାନ୍ତି ସେ ନେଇ ସନ୍ଧେହ ଦୃଢ଼ୀଭୂତ ହୋଇଛି ।

ରିପୋର୍ଟ ରାକେଶ କୁମାର ବେହେରା