July 1, 2024

ମୋହନା ବ୍ଲକର ମଳାସପଦର ଅଞ୍ଚଳକୁ ପରିବହନ ବିଭାଗର ଦୃଷ୍ଟିପଢ଼ୁ ——

Share

ମୋହନା ବ୍ଲକର ମଳାସପଦର ଅଞ୍ଚଳକୁ ପରିବହନ ବିଭାଗର ଦୃଷ୍ଟିପଢ଼ୁ ——
ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଏକ ଦୁର୍ଗମ ପାହାଡ଼ିଆ ଜଙ୍ଗଲ ଘେରା ଅଞ୍ଚଳ। ଏହି ଅଞ୍ଚଳରେ ମୁଖ୍ୟ ରାସ୍ତାକୁ ଛାଡିଦେଲେ ଗମନାଗମନ ନିମନ୍ତେ ସେପରି କିଛି ସୁବିଧା ନାହିଁ। କେତେକ ଅଞ୍ଚଳରେ ବିଭିନ୍ନ ସରକାରୀ କାର୍ଯ୍ୟ କିମ୍ବା ବଜାର ସଉଦା ସ୍ବାସ୍ଥ୍ୟ ସୁବିଧା ନିମନ୍ତେ ସହର ଉପରେ ସ୍ଥାନୀୟ ଅଞ୍ଚଳବାସି ନିର୍ଭର କରନ୍ତି। ପୂର୍ବରୁ ସେହି ଅଞ୍ଚଳ କୁ ସରକାରୀ ଏବଂ ବେସରକାରୀ ବସ ଯାତାୟାତ କରୁଥିଲା କିନ୍ତୁ କୌଣସି କାରଣ ବଶତଃ ଦୀର୍ଘଦିନ ହେଲା କିଛିବି ବସ ଯାତାୟାତ କରିବା ବନ୍ଦ କରିଦେଇଛନ୍ତି। ବସ ଗୁଡ଼ିକ ସେହି ଅଞ୍ଚଳକୁ ଯିବା ନିମନ୍ତେ ବିଭାଗ ଅନୁମତି ଦେଇଥିଲେ ମଧ୍ୟ ବସ ଗୁଡ଼ିକ ନ ଯିବା ଫଳରେ ସ୍ଥାନୀୟ ଅଞ୍ଚଳ ବାସି ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମଳାସପଦର ଅଞ୍ଚଳକୁ ଲାଗିରହିଥିବା ପ୍ରାୟ ପାଞ୍ଚଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ସହ ରୋଗୀ ଛାତ୍ର ଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୁ ଆସି ପାରୁନଥିବା କହିଛନ୍ତି ଅଞ୍ଚଳ ବାସି। ଏହା ସହ ସେହି ଅଞ୍ଚଳରେ ବାସ କରୁଥିବା ଜନସାଧାରଣ ଜିଲ୍ଲା ମୁଖ୍ୟାଳୟକୁ ଠିକ୍ ସମୟରେ ଯାଇନପାରି ବହୁ ଅର୍ଥ ଖର୍ଚ୍ଚ କରିବା ସହ ହଇରାଣ ହେଉଥିବା ପ୍ରକାଶ କରିଛନ୍ତି ଅଞ୍ଚଳ ବାସି।ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ଅନୁମତି ପାଇଥିବା ବସ ଗୁଡ଼ିକର ଅନୁମତି ବାତିଲ କରି ନୂତନ ଗାଡି ଗୁଡ଼ିକୁ ସେହି ଅଞ୍ଚଳରେ ଚଳାଇବା ପାଇଁ ଅନୁମତି ପ୍ରଦାନ କରି ଅଞ୍ଚଳ ବାସୀଙ୍କ ଅସୁବିଧା ଦୂର କରିବା ନିମନ୍ତେ ଜିଲ୍ଲାପାଳ ଗଜପତି, ପରିବହନ ବିଭାଗର ଅଧିକାରୀଙ୍କ ଠାରେ ଦାବୀ କରିଛନ୍ତି।