March 10, 2026

ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ 

IMG-20250901-WA0207
Share

 

 

ସୁରେନ୍ଦ୍ର କଠାରଙ୍କ ରିପୋର୍ଟ

 

ଡ୍ରାଇଭର ଦିବସ ତଥା କୃଷି ଭିତ୍ତିକ ମହାନ୍ ଗଣ ପର୍ବ ନୂଆଁଖାଇ ଅବସର ରେ ବରଗଡ଼ ଜିଲ୍ଲା ସୋହେଲା ନିୟନ୍ତ୍ରିତ ବଜାର ଠାରେ ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ଶ୍ରୀ ଇରାଶିସ ଆଚାର୍ଯ୍ୟ ଭଟଲି ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଡ୍ରାଇଭର ଦିବସ ଅବସର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରକ୍ତ ଦାନ ଶିବିର କୁ ଓଡିଶା ଡ୍ରାଇଭର ମହାସଂଘ ର ଜିଲ୍ଲା ସଭାପତି ନିଳାମ୍ବର ସା,ଉପ ସଭାପତି ସୁରୁ ବରିହା,ସଂପାଦକ ସୁଦାମ ରଥ ,ସହ ସଂପାଦକ ବୁଲୁ ବଗର୍ତ୍ତି,କୋଷାଧ୍ୟକ୍ଷ ସୁମନ୍ତ ମେଣ୍ଡୁଲି,ଉପଦେଷ୍ଟା ଆଶାରାମ ଖମାରୀ ,ସୋହେଲା ବ୍ଲକ୍ ସଭାପତି ସୁଶାନ୍ତ ଦେବଗୁରୁ ଉପସଭାପତି କଳ୍ପବଟ ପଢ଼ି ସଂପାଦକ ଉପେନ୍ଦ୍ର ପାଣିଗ୍ରାହୀ କୋଷାଧ୍ୟକ୍ଷ ସୁମନ୍ତ ବରିହା ଶିଶିର କଲେତ ୧୨ ଟା ବ୍ଲକ୍ ର ବ୍ଲକ କମିଟି ସହିତ ସଦସ୍ୟ ଭାଇ ମାନେ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ପରିଶେସ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।