ଦଣ୍ଡପାଟ ଅଞ୍ଚଳର କୁନି ଝିଅ ଜାତୀୟ ମହିଳା କ୍ରିକେଟ ସମ୍ବିଲନୀରେ ଅଂଶ ଗ୍ରହଣ ପାଇଁ ମନୋନୀତ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଶାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖପରାମାଲ ଗ୍ରାମର ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଡହଗାଁ ର ସଂସ୍କୃତ ଶିକ୍ଷକ ମୋହିତ କୁମାର ରାଉତ ଏବଂ ମୂଷାପାଲି ଗ୍ରାପର ପୂର୍ବତନ ସରପଞ୍ଚ ଓ କଳାହାଣ୍ଡି ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ଶ୍ରୀମତୀ ରଶ୍ମିରେଖା ରାଉତ ଯାଦବଙ୍କ ଝିଅ ସାନଭିପ୍ରଜ୍ଞା ରାଉତ (ମାହୀ) ଅଲ୍ ଓଡିଶା କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ବର ଟିମରେ ମନୋନୀତ ହେଇଛନ୍ତି । ବର୍ତମାନ ସାନଭି ପ୍ରଜ୍ଞା ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି l ୨୦୨୫-୨୦୨୬ ମସିହା ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ରୀଡା ସମ୍ବିଲନୀ ରେ ୧୭ ବର୍ଷ ରୁ କମ ବୟସ ମହିଳା କ୍ରିକେଟରେ ଆସନ୍ତା ଅକ୍ଟୋବର ମାସ ୭ ରୁ ୧୧ ତାରିଖରେ ଅଂଶଗ୍ରହଣ କରିବେ ।
ତାଙ୍କ ଏ ସଫଳତା ଦଣ୍ଡପାଟ ଅଞ୍ଚଳର ଗର୍ବ ଓ ଗୌରବ ପାଇଁ ଅଞ୍ଚଳବାସି ତଥା ବୟୋଜ୍ୟେଷ୍ଠ ବୁଦ୍ଧିଜୀବି ଗୁରୁଜନ ବୃନ୍ଦଙ୍କ ତରଫରୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରି ବହୁତ୍ ଖୁସି ଅନୁଭବ ସହ କୁନି ଝିଅର ଭବିଷ୍ୟତ ଜୀବନ ଯାତ୍ରା ଉଜ୍ଜଳମୟ ନିମନ୍ତେ ମା ଦନ୍ତେଶ୍ଵରି ପାଖରେ ପ୍ରାର୍ଥନା ଜଣାଉଛନ୍ତି ।
