March 10, 2026

ଆନ୍ତର୍ଜାତିକ ପର୍ବତାରୋହି ଙ୍କୁ ସ୍ବାଗତ ସମ୍ବର୍ଦ୍ଦନା 

IMG-20250901-WA0190
Share

 

 

ସୁରେନ୍ଦ୍ର କଠାର

 

ସୋମବାର ଦିନ କାଦୋଵାହାଲ ଏସ ଵି ଆଇ ବ୍ୟାଙ୍କ ତରଫରୁ ଆଫ୍ରିକା ର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ସଫଳତା ର ସହ ଆରୋହଣ କରି ଦେଶ ପାଇଁ ଗୌରବ ଆଣିଥିବା ଆନ୍ତର୍ଜାତିକ ପର୍ବତରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି l ଏହି ଅବସରରେ ବ୍ୟାଙ୍କ ମ୍ୟାନେଜେର ପ୍ରଣବ ରଞ୍ଜନ ପଧାନ ଏବଂ ଅନ୍ୟ ବ୍ୟାଙ୍କ କର୍ମଚାରୀ ବୃନ୍ଦ ଯୋଗଦାନ ଦେଇଥିଲେ l ସୁଜିତ କୁମାର ସିଂହ,ଲଖମଣ ପଧାନ, ଅମିତ କୁମାର ଦାସ, କୃଷ୍ଣ ଚନ୍ଦ୍ର ସାହୁ, ତ୍ରିଲୋଚନ ମେହେର ଙ୍କ ପରି ଅନ୍ୟ ସବୁ ଭଦ୍ର ବ୍ୟକ୍ତି ଗଣ ଉପସ୍ଥିତ ଥିଲେ l ପରିଶେଷରେ ସମସ୍ତେ ଶ୍ରୀ ମହାପାତ୍ରଙ୍କୁ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ମା ସମଲେଇ ଙ୍କ ପାଖରେ କାମନା କରିଥିଲେ l