March 10, 2026

ମାତୃପୁରୀରେ ସମ୍ବଲପୁରୀ ଦିନ୍..

IMG-20250801-WA0088
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ , ଲାଦରପାଲି ଠାରେ ସମ୍ବଲପୁରୀ ଦିନ୍ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲl। ଏଥିରେ ବିଚାରକ ଭାବରେ ଶ୍ରୀମତୀ ଅଳକା ଦାଶ,ଶ୍ରୀ ବଳରାମ ସାହୁ,ଶ୍ରୀ ରାଜେଶ୍ୱର ପ୍ରଧାନ ଯୋଗଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ‘ସମ୍ବଲପୁରୀ ଦିନ୍ ‘ ପାଳନ ସମ୍ପର୍କୀୟ ଆଲୋଚନାଚକ୍ର ରେ ବିଶିଷ୍ଟ ନାଟ୍ୟକାର ଶ୍ରୀ ଘନଶ୍ୟାମ ମହାପାତ୍ର,କବି ଶ୍ରୀ କିଶୋର ସାହୁ,କବି ଶ୍ରୀ ଭରତ ପ୍ରଧାନ, କବି ଶ୍ରୀ ଲକ୍ଷ୍ମଣ ସୁନା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଭାପତି ଶ୍ରୀ ଶେଷଦେବ ନାଏକ, ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ଜୟପ୍ରକାଶ ଅଗ୍ରୱାଲ, ଅଧ୍ୟକ୍ଷ ଶ୍ରୀ ବବୃବାହାନ ମିଶ୍ର, ସଭ୍ୟ ଶ୍ରୀ ଅମିତ୍ କୁମାର ମିଶ୍ର,କବି ଶ୍ରୀ ସରୋଜ କୁମାର ରଥ ,କବି ଶ୍ରୀ ନିରଞ୍ଜନ ପସାୟେତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ପରିଚାଳନାରେ ଅନୁଷ୍ଠାନର ସମସ୍ତ ଭାଇଅପା ସକ୍ରିୟ ସହଯୋଗ କରିଥିଲେ।