March 10, 2026

ଜବରଦଖଲକାରୀ ଉଛେଦ ନହେବା ପର୍ଯ୍ୟନ୍ତ ଗୋପ ର ବିକାଶ ସମ୍ଭବ ନୁହେଁ :- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା l ( ଗୋପ ତହସିଲ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ )

IMG-20250801-WA0076
Share

       ଗୋପ :- 01/08/2025 ( ) ନିର୍ବାଚନ ପରେ ପ୍ରଥମ କରି ନିମାପଡା ନିର୍ବାଚନ ମଣ୍ଡଳୀ ର ବିଧାୟିକା ତଥା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବ୍ୟକ୍ତିଗତ ଓ ସାମୁହିକ ସ୍ୱାର୍ଥ ରେ ଯୋଗ ଦେଲେ ଶ୍ରୀମତୀ ପ୍ରଭାତୀ ପରିଡା l ଅଗଷ୍ଟ ପହିଲା ରେ ଗୋପ ତହସିଲ ଦ୍ଵାରା ଆୟୋଜିତ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ରେ ଜମି ପଟ୍ଟା ବଣ୍ଟନ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା l ଉକ୍ତ କାର୍ଯ୍ୟକ୍ରମ ସମ୍ମାନୀୟ ଅତିଥିଭାବେ ପୁରୀ ଜିଲ୍ଲାର ଉପ ଜିଲ୍ଲାପାଳ ରାଜକିଶୋର ଜେନା, ଗୋପ ର ତହସିଲଦାର ଅନିଲ କୁମାର ମହାନ୍ତି, ଗୋପ ବ୍ଲକ ର ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ପୁରୀ ଜିଲ୍ଲାର 11 ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ଜଗତସିଂହପୁର ସାଂସଦ ଙ୍କ ଗୋପ ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ ପ୍ରଭୁତି ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ୫୦୦ ପରିବାରଙ୍କ ମଧ୍ୟରୁ 112 ଜଣ ବଂଶାବଳି ସଂଶୋଧନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା l ପରବର୍ତ୍ତୀ ସମୟରେ ପଞ୍ଚାୟତ ଅନୁଯାଇ ଅବଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ପଟା ବଣ୍ଟନ କରାଯିବ l ଉକ୍ତ କାର୍ଯ୍ୟକ୍ରମ ୧୭ଟି ଶିକ୍ଷାନୁଷ୍ଠାନକୁ ନିଜସ୍ଵ ଜମିପଟ୍ଟା ମଧ୍ୟ ପ୍ରଦାନ କରାଯାଉଥିଲା l ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କ ନେତୃତ୍ୱ ଏବଂ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଙ୍କ ପ୍ରଚେଷ୍ଟା ରେ ରାଜସ୍ୱ ବିଭାଗକୁ ଲୋକାଭିମୁଖୀ କରାଇବାରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଦୀର୍ଘଦିନରୁ ପଡ଼ି ରହିଥିବା ଲୋକମାନଙ୍କର ଜମିଜମା ଜନିତ ସମସ୍ୟା ଆଜି ସହଜରେ ଏବଂ ତ୍ୱରିତ ଉପାୟରେ ସମାଧାନ ହେଉଛି। ବୋଲି ଉପ ମୁଖ୍ୟମନ୍ତ୍ରୀ ତାଙ୍କ ଅବିଭାଷଣ ରେ ମତ ବ୍ୟକ୍ତ କରିଥିଲେ l ଗୋପ ର ବିକାଶ କ୍ଷେତ୍ରରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଭୂମିକା କିଛି ନାହିଁ ବୋଲି ଆମ ମିଡ଼ିଆ ର ବନ୍ଧୁ ଙ୍କ ଅଭିଯୋଗ କୁ ଶ୍ରୀମତୀ ପରିଡା ଖଣ୍ଡନ କରିଥିଲେ l ନିମାପଡା ର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକୀୟ ଭିତିଭୂମି ରହିଛି ଆଉ ସେଠାରେ ବିକାଶ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ହେଉଛି l କିନ୍ତୁ ଗୋପ ରେ ସରକାରୀ ଜମି କୁ ଲୋକମାନେ ଜବରଦଖଲ କରି ରଖିଛନ୍ତି ବିକାଶ ହେଵ କେମିତି ବୋଲି ପ୍ରଶ୍ନ କରିଥିଲେ ଶ୍ରୀମତୀ ପରିଡା l ଗୋପ କଲେଜ ର ଛାତ୍ରବାସ ପାଇଁ ଆସିଥିବା ଅର୍ଥ ଫେରିଯାଉଥିଲା ତାକୁ ମୁ ରଖିଛି ଆଉ ଗୋଟେ ବର୍ଷ ପାଇଁ ବୋଲି ଶ୍ରୀମତୀ ପରିଡା କହିଥିଲେ l ବଳରାମ ଗାଧି ର ବିକାଶ ପାଇଁ ତିନିକୋଟି ବ୍ୟୟ ବରାଦ କରାଯିବ ବୋଲି ଶ୍ରୀମତୀ ପରିଡା କହିଲେ l ଗୋପ ରେ ତତ୍କାଳୀନ ସରକାର ଙ୍କ ସମୟରେ ବ୍ୟୟ ବରାଦ ହୋଇଥିବା ବିଶ୍ୱସ୍ତରୀୟ ବସ ଷ୍ଟାଣ୍ଡ ଅନିଶ୍ଚିତତା ମଧ୍ୟରେ ରହିଛି l ଅଟଳ ବସ ଷ୍ଟାଣ୍ଡ ଗୋଟେ ରୁ ଯଦି ଦିଟା ହୁଏ ମୁ ତ ଅଧିକ ଖୁସି ହେବି କିନ୍ତୁ ଗୋପ ର ଲୋକମାନେ ଯଦି ସରକାରୀ ଜମିକୁ ମାଡ଼ିବସିବେ ତେବେ କିପରି ବିକାଶ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ l ନିର୍ବାଚନ ପରଠୁ ଗୋପ ଅଞ୍ଚଳ ରେ କୌଣସି ଆଖିଦୃଶୀୟ ଉର୍ନୀତି ମୂଳକ କାର୍ଯ୍ୟ ହୋଇନାହିଁ ବୋଲି ମିଡ଼ିଆ ରେ ପ୍ରକାଶ ପାଉଛି ତାକୁ ଶ୍ରୀମତୀ ପରିଡା ଖଣ୍ଡନ କରିଛନ୍ତି l ସରକାରୀ ଜମିର ଅଭାବ ସାଙ୍ଗକୁ ବେସରକାରୀ ବ୍ୟକ୍ତି ଙ୍କ ଦ୍ଵାରା ଜରକାରୀ ଜମି କୁ ଜବରଦସ୍ତ ନିଜ କଵଜ୍ଜା ରଖିଛନ୍ତି ବିକାଶ କେମିତି ହେଵ ବୋଲି କହିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ