March 10, 2026

ବିଡିଓ ଟଙ୍କା ନେବା ଅଭିଯୋଗର ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ ..

IMG-20250801-WA0075
Share

       ଦେଢ ଲକ୍ଷ୍ୟ ଟଙ୍କା ନେଇ ଆଉ ଫେରାଉ ନାହାନ୍ତି କୁଜଙ୍ଗ ବିଡିଓ | ଟଙ୍କା ମାଗିଲେ ମୋତେ ଓ ପଞ୍ଚାୟତକୁ ଜାଣିଶୁଣି ହଇରାଣ ହରକତ କରାଯାଉଥିବା ଅଭିଯୋଗ ଆଣି 15 ଦିନ ମଧ୍ୟରେ ନ୍ୟାୟ ନମିଳେ ତେବେ ସେ କିରୋସିନ ଢାଳି ଆତ୍ମଦାହ କରିବେ ବୋଲି ସରପଞ୍ଚ ଧମକ ଦେବା ପରେ ଏବେ ତଦନ୍ତ ଆରମ୍ଭ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ | ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତର ସରପଞ୍ଚ ସରୋଜ ସେଠିଙ୍କର ଏଭଳି ଅଭିଯୋଗ ଆଧାରରେ ପ୍ରଶାସନ ଆଜି କୁଜଙ୍ଗ ବ୍ଳକରେ ପହଂଚି ତନାଘନା ଆରମ୍ଭ କରିଛି | | ତାଙ୍କ ଅଭିଯୋଗ ଅନୁଯାଇ କୁଜଙ୍ଗ ବିଡିଓ ଦୀପକ ପ୍ରସାଦ ସ୍ୱାଇଁ ସରୋଜଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପାଣ୍ଠି ସାଇଲୋ ପଞ୍ଚାୟତକୁ ସ୍ଵତନ୍ତ୍ର ଭାବେ ବ୍ୟୟ ଅଟକଳ ପ୍ରକଳ୍ପ ମଞ୍ଜୁର କରାଇ ଆଣିବା ପାଇଁ ଦେଢ ଲକ୍ଷ୍ୟ ଟଙ୍କା ନେଇଥିଲେ | ସରକାର ବଦଳିବା ପରେ ସେ ପ୍ରକଳ୍ପ କଥା ଛାଡ଼ନ୍ତୁ ଆଉ ସରପଞ୍ଚଙ୍କ ଫୋନ ମଧ୍ୟ ଉଠାଇଲେ ନାହିଁ | ଆଜି କାଲି ଟଙ୍କା ଫେରାଇବାକୁ କହି ଦିନ ପରେ ଦିନ ଗଡ଼ାଇ ଚାଲିଥିବା ବେଳେ ଓଲଟା ସରପଞ୍ଚଙ୍କ ନାମରେ ମିଥ୍ୟା ମକଦ୍ଦମା କରାଇଲେ | ସେହିପରି ସରପଞ୍ଚଙ୍କୁ ହଇରାଣ ହରକତ କରାଇବା ପାଇଁ ସରପଞ୍ଚକୁ ପଞ୍ଚାୟତରେ ନପଚାରି ନିଜେ ଅନ୍ୟ ବ୍ୟକ୍ତି ମାନଙ୍କ ଦ୍ଵାରା କାର୍ଯ୍ୟ କରାଇବା ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ଅଣଦେଖା କରୁଥିବା ସରପଞ୍ଚ ଅଭିଯୋଗ କରିଛନ୍ତି | ଜିଲ୍ଲା ପଞ୍ଚାୟତ ଅଧିକାରୀ ଙ୍କ ସହ ଅତିରିକ୍ତ ଏଇଓ ଟେକନିକାଲ ଆସି ସରପଞ୍ଚ ସରୋଜ ସେଠୀଙ୍କୁ ପଚରାଉଚରା କରିଥିବା ବେଳେ ବିଡିଓ ଏହି ସମୟରେ ବ୍ଲକରେ ଅନ୍ୟ କାମ ଆଳ ଦେଖାଇ ଅନୁପସ୍ଥିତ ଥିବାରୁ ଏବେ ତଦନ୍ତ ଅଧା ରହିଥିବା କହିଛନ୍ତି ତଦନ୍ତକାରୀ ଦଳ | ଏବେବି ନ୍ୟାୟ ନମିଳେ ତେବେ ସରପଞ୍ଚ ଆତ୍ମଦାହ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ତଦନ୍ତ ପାଇଁ ଆସିଥିବା ଦଳ ବିଡିଓଙ୍କ ଅନୁପସ୍ଥିତ ପାଇଁ ଏବେ ହରଡଘଣାରେ |

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )