ସନ୍ଥ ଗୋସ୍ୱାମୀ ତୁଳସୀ ଦାଶଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି …

ଗତକାଲି ସର୍ବ ଭାରତୀୟ ସନ୍ଥ ଗୋସ୍ୱାମୀ ତୁଳସୀ ଦାସଙ୍କ ଜନ୍ମ ଉତ୍ସବ ତୁଳସୀ ଦାସଙ୍କ ଗାଦି ଦଶଅବତାର ମଠରେ ମହାଡ଼ମ୍ବରରେ ପାଳନ କରାଯାଇଛି l ପବିତ୍ର ବାହୁଡା଼ ଠାରୁ ରାମ ଚରିତ ମାନସ, ରାମପରାୟଣ, ପ୍ରବଚନ, ଭଜନ ସମାରୋହ ଚାଲିଥିବା ବେଳେ ସନ୍ଥଙ୍କ ଜନ୍ମଦିବସ ନିମନ୍ତେ ଯଜ୍ଞ କରାଯାଇଥିଲା l ଏହି ଯଜ୍ଞର ସମାପନ ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗଲାଗି ସେବକ ମଧୁସୂଦନ ସିଂହାରୀ ଯୋଗଦାନ କରି ଯଜ୍ଞ ସମାପନ କାର୍ଯ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ସମାନ୍ନୀତ କରାଯିବା ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ରୁ ଦଶାବତାର ମଠ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ମହାରାଜ ଭଗବାନ ଦାଶଜି ମହାରାଜଙ୍କ ନେତୃତ୍ୱ ରେ ବାହାରି ଆସି ତୁଳସୀ ଦାଶ ଗାଦି ନିକଟ ଅଁଳା ବୃକ୍ଷ ନିକଟରେ ପହଞ୍ଚି ପୂଜାର୍ଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବଡ଼ଚ୍ଛତା ମଠ ମହନ୍ତ ମହାରାଜ ଡ଼କ୍ଟର ଜଗନ୍ନାଥ ଦାସଜି ମହାରାଜ, ସମ୍ମାନିତ ଅତିଥିଭାବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ମଧୁସୂଦନ ସିଂହାରୀ, ଆଡଭୋକେଟ ସୁକାନ୍ତ ସାହୁ, ମାତା ମୀରା ତ୍ରିପାଠୀ, ଜ୍ୟୋତିନ୍ଦ୍ର ରଞ୍ଜନ ନନ୍ଦ, ସାମ୍ବାଦିକ ରମେଶ ସାହୁଙ୍କ ସହିତ ମହାରାଜ ଭଗବାନ ଦାଶଜି ମହାରାଜଙ୍କ ସାରା ଭାରତ ବର୍ଷର ଶିଷ୍ୟ ଏବଂ ଶିଷ୍ୟାମାନେ ଯୋଗଦାନ ରାମ ନାମରେ ପ୍ରକମ୍ପିତ କରି ତୁଳସୀ ଦାଶଙ୍କ ଜନ୍ମଦିବସକୁ ମହାଡ଼ମ୍ବରରେ ପାଳନ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
