ବ୍ଲକ ସଭାଗୃହରେ ରକ୍ତହିନତା ମୁକ୍ତ ସହ ପୋଷଣ ମୁକ୍ତ ଗ୍ରାମପଞ୍ଚାୟତ କର୍ମଶାଳା
ସୁରେନ୍ଦ୍ର କଠାର,ବରଗଡ
ଆଜି ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବ୍ଲକ ସଭାଗୃହରେ ଜିଲା ପରିଷଦ ବରଗଡବ ତରଫରୁ ରକ୍ତହିନତା ମୁକ୍ତ ସହ ପୋଷଣ ମୁକ୍ତ ଗ୍ରାମପଞ୍ଚାୟତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ଏଥିରେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ,ଜିପିଡିଓ ମହମ୍ମଦ ଆକବର ଯୋଗଦାନ କରିଥିବା ବେଳେ ଅତାବିରା ବ୍ଲକର ବିଭିନ୍ନ ପଂଚାୟତରୁ ଆସିଥିବା କାର୍ଯ୍ୟରତ ଆଶା କର୍ମୀ,ଅଂଗନବାଡି କର୍ମୀ,ସିଆରପି,ଏମବିକେ,ସରପଞ୍ଚଙ୍କୁ ଡାକ୍ତର ଅରୂପାନନ୍ଦ ସାହୁ ରକ୍ତ ହିନତା ମୁକ୍ତ ଓ ପୋଷଣ ମୁକ୍ତ ପଂଚାୟତ କିପରି ଭାବରେ ହୋଇ ପାରିବ ସେ ସମ୍ପର୍କରେ ତାଳିମ ପ୍ରଦାନ କରିଥିଲେ |
