March 10, 2026

ଧାନ ମଣ୍ଡିର ନୂଆ ନିୟମ, ଫର୍ମ ପକାଇବା ନେଇ ଚାଷୀ ହେଉଛନ୍ତି ହନ୍ତସନ୍ତ। 

IMG-20250801-WA0018
Share

 

 

ବୋଲଗଡ଼, ୦୧/୦୮(ଉପାନ୍ତ ଖବର) : ସରକାର ଚାଷୀଟିଏ ଧାନ ବିକ୍ରି ପାଇଁ ମଣ୍ଡିର ବ୍ୟବସ୍ଥା କରିଛନ୍ତି |କିନ୍ତୁ ମଣ୍ଡିର ପରିବର୍ତ୍ତନ ଆଇନ ଏବେ ଚାଷୀର ଚିନ୍ତାର କାରଣ ପାଲଟିଛି।ଚଳିତ ବର୍ଷ ଚାଷୀଟିଏ ମଣ୍ଡିରେ ଧାନ ବିକ୍ରି କରିବାକୁ ନୂଆ ନିୟମ କରିଛନ୍ତି ସରକାର। ଯୋଗାଣ ମନ୍ତ୍ରୀ କହିଥିବା ନୂଆ ବ୍ୟବସ୍ଥା ପାଇଁ ଚାଷୀକୁଳ ଦହଗଞ୍ଜ ହେଉଥିବା ବେଳେ ଏହି ନୂଆ ବ୍ୟବସ୍ଥାରେ ୫୦ ପ୍ରତିଶତ ଚାଷୀ ନାମ ପଞ୍ଜିକୃତରୁ ବାଦ ପଡିବେ ବୋଲି ଆକଳନ କରୁଛନ୍ତି ଚାଷୀକୂଳ। ସେପଟେ ଯାହାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଥ‌ିବା ବେଳେ କିପରି ଚାଷୀ ଟିଏ ଧାନ ବିକ୍ରି କରିବ ସେଥିନେଇ ଚିନ୍ତାରେ ପଡିଛି । ଏବେ ଧାନ ରୁଆ, ବେଉଷଣ ଚାଲୁଥିବା ବେଳେ ଚାଷୀଟିଏ ବିଲକୁ ନଯାଇ ତହସିଲ, ଆରଆଇ ଅଫିସ, ଏବଂ ଜନସେବା କେନ୍ଦ୍ରରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି।

ସବୁ ବର୍ଷ ଭଳି ଚଳିତ ବର୍ଷ ମୁଣ୍ଡ ଝାଳ ତୁଣ୍ଡରେ ମାରିବା ସହ ରକ୍ତକୁ ଝାଳ କରି କଠିନ ପରିଶ୍ରମ କରି ଫସଲ କାର୍ୟ୍ଯ ଆରମ୍ଭକରିଛି। ସରକାରଙ୍କ ନୂଆ ଆଇନ ଏବେ ମଣ୍ଡିରେ ଧାନ ବିକ୍ରି କରିପାରିବ କି ନାହିଁ ତାଙ୍କୁ ନେଇ ସନ୍ଦେହ ପ୍ରକଟ ହୋଇଛି। ମଣ୍ଡିରେ ଧାନ ବିକ୍ରି ପାଇଁ ନୂଆ ପଞ୍ଜିକର ପାଇଁ ସରକାର ତାରିଖ ଘୋଷଣା କରିଥ‌ିବା ବେଳେ ଚାଷୀ ଟିଏ ନିଜ ଚାଷ କାର୍ଯ୍ୟ ସାରି ସମବାୟ ସମିତିରେ ଫର୍ମ ପକାଇବାକୁ ବ୍ୟତିବ୍ୟସ୍ତ ହୋଇ ତହସିଲ ଅଫିସ ଠାରୁ ଆର୍ ଆଇ ଅଫିସ ପର୍ଯ୍ୟନ୍ତ ଦୌଡ଼ି ନାକେଦମ୍ ହେଲାଣି। ସରକାରଙ୍କ କଡା ଆଇନ ଚାଷୀକୁ ଏଥର ଧାନ ବିକ୍ରି କରିବାକୁ ବଞ୍ଚିତ କରିପାରେ ବୋଲି ଚାଷୀ ସଂଗଠନ ପ୍ରକାଶ କରିଛନ୍ତି। ମଣ୍ଡିରେ ଧାନ ବିକ୍ରୀ

ପାଇଁ ବିବାଦ ଓ ଚାଷୀଙ୍କ ମଧ୍ଯରେ ଅସନ୍ତୋଷ ବୁଦ୍ଧି ପାଇବାରେ ଲାଗିଛି। କିଭଳି ସରକାର ଗୋଟିଏ ପଟେ ଚାଷୀର ଉଚିତ୍ ମୂଲ୍ୟ ଦେବା ପାଇଁ ୮୦୦ ଟଙ୍କା ଇନପୁଟ ସବସିଡି ପ୍ରଦାନ କରୁଛନ୍ତି ଅନ୍ୟ ପଟେ ଧାନ ବିକ୍ରୀ୫୦ ପ୍ରତିଶତ ଚାଷୀ ବାଦ୍ ପଡ଼ିବା ଆଶଙ୍କାପାଇଁ ସରକାରଙ୍କ କଡା ଆଇନ ପାଇଁ ଚାଷୀ ଏବେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଚାଷୀଙ୍କ ଜମିଜମା ରେକର୍ଡ ହୋଇନଥିବା ବେଳେ ଏଥିସହିତ ଉତ୍ତରାଧିକାରୀଙ୍କର ମୃତ୍ୟୁ ସାର୍ଟିଫିକେଟ ପାଇଁ ମେଡିକାଲ ରୁ କଲେକ୍ଟର ଅଫିସ ଧାଇଁବାକୁ ପଡୁଛି। ଏ ସମୟରେ କିଭଳି ଧାନ ବିକ୍ରି କରିବ ତାଙ୍କୁ ନେଇ ଚିନ୍ତା ରେ ପଡିଥିବା ବେଳେ ସରକାରଙ୍କ ଏହି ନୂଆ ନିୟମ ପାଇଁ ପାଖାପାଖି ୫୦ ପ୍ରତିଶତ ଚାଷୀ ଧାନ ବିକ୍ରି କରିପାରିବେ ନାହିଁ ବୋଲି ଚାଷୀ କୂଳ ଅନୁମାନ କରିଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ସମବାୟ ସମିତିରେ ମଧ୍ୟ କର୍ମଚାରୀ ଅଭାବଯୋଗୁଁ ଚାଷୀଟିଏ ପଞ୍ଜିକରଣ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛି । ଯାହାକୁ ନେଇ ବିଭିନ୍ନ ସମବାୟ ସମିତିରେ ଚାଷୀ ଆନ୍ଦୋଳନ ପାଇଁ ସଜବାଜ ଚାଲିଛି। ସରକାର ନୂଆ ନିୟମ ଅନୁଯାଯୀ ଚାଷୀ ତାଙ୍କର ଆଇ ସ୍କାନ ପରେ ଓଟିପି ଯାଉଛି।ତାହା ପରେ ଚାଷୀ ଜମି ସ୍କାନ ହୋଇ ବିଭିନ୍ନ ପ୍ରମାଣ ପତ୍ର ସ୍କାନ ହୋଇ ପଞ୍ଜିକରଣ କରାଯାଉଛି। କେତେକ ନେଟୱର୍କ ସମସ୍ୟା ଯୋଗୁ ପଞ୍ଜିକରଣ ସମୟରେ ଚାଷୀଟି ଘଣ୍ଟା ଘଣ୍ଟା ଅପେକ୍ଷା କରି ଘରକୁ ଫେରୁଛି। ଅନ୍ୟ ପଟେ ରେକର୍ଡ କାର୍ଡ ସଂଶୋଧନ କରିନଥିବା କ୍ଷୁଦ୍ର ଚାଷୀ ଧାନ ବିକ୍ରି ପାଇଁ ସରକାରଙ୍କ କଡା ଆଇନ ପାଇଁ ମଣ୍ଡିରେ ଧାନ ବିକ୍ରି କରିପାରିବେ ନାହିଁ ବୋଲି କହିଛନ୍ତି। ତେବେ ଆଗାମୀ ଦିନରେ ଏହି ଅସନ୍ତୁଷ୍ଟ ସରକାରଙ୍କ ପାଇଁ କଣ୍ଟା ସାଜିବ ବୋଲି ବିଭିନ୍ନ ଚାଷୀ ନେତା ଅନୁମାନ କରିଛନ୍ତି ।