ଗୋପ ବ୍ଲକରେ ଭିର୍ନ୍ନକ୍ଷମଙ୍କୁ ସହାୟତା ଉପକରଣ ପ୍ରଦାନ ପାଇଁ ଚୟନ ଶିବିର ଅନୁଷ୍ଠିତ l ( ଶିବିର ପରିଚାଳନା ଦାୟିତ୍ୱ ବହନ କଲେ ଏଟିଏଚ ରକ୍ସ ସ୍ୱେଚ୍ଛାସେବୀ )
ଗୋପ :- ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସମିତି ଗୋପ ଦ୍ଵାରା ALIMOC ତରଫରୁ ଭିର୍ନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ଯୋଗାଇବା ପାଇଁ ଏକ ଚୟନ ଶିବିର ଗୋପ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଗତ ବୁଧୁବାର ପୂର୍ବାହ୍ନ 10 ଘଟିକା ରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା l ଏହି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସହାୟତା ଉପକରଣ ପାଇଁ ମୋଟ 210 ଜଣ ଭିର୍ନ୍ନକ୍ଷମ ବ୍ୟକ୍ତି ଙ୍କୁ ଚୟନ କରାଯାଇଥିଲା l ସେମାନଙ୍କ ମଧ୍ୟରୁ ପୋଲିଓ ରୋଗୀ ଥିଲେ 20 ଜଣ ଥିବାବେଳେ ବିକଳାଙ୍ଗ ବ୍ୟକ୍ତି ଥିଲେ 150 ଜଣ ଆଉ କାନ ଖରାଫ ବ୍ୟକ୍ତି ହେଉଛନ୍ତି 20 ଜଣ, ଆଖି ଖରାଫ ବ୍ୟକ୍ତି ହେଉଛନ୍ତି 20 ଜଣ ବ୍ୟକ୍ତିଙ୍କୁ ସହାୟତା ଉପକରଣ ପ୍ରଦାନ ନିମନ୍ତେ ମାପ ନିର୍ଧାରଣ କରାଯାଇଥିଲା l ଶରୀର ର 80% ଭିର୍ନ୍ନକ୍ଷମ ବ୍ୟକ୍ତି ଙ୍କୁ ବ୍ୟାଟିରି ଚଳିତ ଟ୍ରଲି ରିକ୍ସା ପ୍ରଦାନ କରାଯିଵା ସହିତ ୩ ଚକିଆ ସାଇକେଲ, ଶ୍ରବଣ ଯନ୍ତ୍ର, ଚଷମା, ହୁଇଲ ଚେୟାର, ଆଦି ଉପକରଣ ପ୍ରଦାନ କରିବା ପାଇଁ ପଞ୍ଜିକୃତ କରାଯାଇଛି l ଏହାଦ୍ଵାରା ଗୋପ ବ୍ଲକ ର ଅନେକ ଗରିବ ବ୍ୟକ୍ତି ବିଶେଷମାନେ ଉପକୃତ ହୋଇପାରିବେ l ଏହି ଶିବିରକୁ ଏଟିଏଚ ରକ୍ସ ପରିବାର, ଓଡ଼ିଶାର ଶିବିର ପରିଚାଳନା ଦାୟିତ୍ୱ ବହନ କରିଥିକେ l ଗୋପ ବ୍ଲକ ର 31 ଟା ପଞ୍ଚାୟତ ରୁ ଆସିଥିବା ଦିବ୍ୟାଙ୍ଗମାନଙ୍କୁ ଶୃଙ୍ଖଳିତ ଭାବେ ଶିବିରକୁ ଆଣିବା ଓ ଛାଡ଼ିବା ର ଦାୟିତ୍ୱ ବହନ କରିଥିଲା l ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l ମହିଳା ଶାଖା କୋଷାଧ୍ୟକ୍ଷ ସରୋଜିନୀ ସ୍ବାଇଁଙ୍କ ତତ୍ତ୍ୱବଧାନରେ ମହିଳା ଶାଖାର ପୁରୀ ଜିଲ୍ଲା ସଭାନେତ୍ରୀ ଜୟଶ୍ରୀ ପାତ୍ରଙ୍କ ସମେତ ସରିତା ମହାପାତ୍ର, ରମାକାନ୍ତ ସାହୁ, ରୁଦ୍ର ପ୍ରସାଦ ପଣ୍ଡା, ମାନସ ପଣ୍ଡା, ଅଶୋକ ବାବୁ ଇତ୍ୟାଦି ଯୋଗ ଦେଇ ଶିବିରକୁ ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ