November 15, 2024
Share

 

 

୧-ଭୁବନେଶ୍ୱର:୫ରେ ପିଜି ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ,୨୧ରୁ ୨୪ତାରିଖ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା।

 

୨-ଭୁବନେଶ୍ୱର:ବ୍ଯୟମଞ୍ଜୁରୀ ଗୃହୀତ,୨୦ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ।

 

୩-ବିପର୍ଯ୍ୟୟ ପରିଚାଳନା ପାଇଁ, ରାଜ୍ୟସଭାରେ, ନବୀନଙ୍କୁ ପ୍ରଶଂସା କଲେ ଗୃହମନ୍ତ୍ରୀ ଅମିତ ଶାହା।

 

୪-ସରକାରଙ୍କ ସ୍କାନରରେ ଏବେ ଭୂତ ରାସନକାର୍ଡଧାରୀ, ବାଦ୍ ପଡ଼ିବେ ୧୬ ଲକ୍ଷ ୨୭ ହଜାର ୯୩୨ ଜଣ।

 

୫-୪ଟି ଗେଟ୍‌‌ ବନ୍ଦ, ୧୪ଟି ଗେଟ୍‌‌ ଦେଇ ହୀରାକୁଦରୁ ହେଉଛି ବନ୍ୟାଜଳ ନିଷ୍କାସନ।

 

୬-ଭୁବନେଶ୍ୱରରେ ରହିଛି ୬ଶହରୁ ଅଧିକ ବେଆଇନ ଆପର୍ଟମେଣ୍ଟ । ବିଧାନସଭାରେ ମନ୍ତ୍ରୀ ଉତ୍ତର ରଖିବା ପରେ ରାଜଧାନୀରେ ହଇଚଇ।

 

୭-ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର, ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ନିଆଯିବ ପଦକ୍ଷେପ।

 

୮-ରାଜ୍ୟରେ ଅଗଷ୍ଟ ୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଆଜି ପାଇଁ ୨୨ ଜିଲ୍ଲାକୁ ସତର୍କତା ସୂଚନା ଜାରି।

 

୯-ରାଜ୍ୟରେ ପ୍ରତିଷ୍ଠା ହେବ ୫୮ଟି ନୂଆ ଶୀତଳ ଭଣ୍ଡାର ; କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

 

୧୦-ଯିବାକୁ ପଡିବନି ପଞ୍ଚାୟତ ଅଫିସ୍‌, ଘରେ ପହଞ୍ଚିବ ପିଡିଏସ୍‌ ଚାଉଳ:ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

 

୧୧-ପୁରୀ ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର।

 

୧୨-ବାରିପଦା:ଧରାପଡିଲେ ୭ ହାତୀ ଦାନ୍ତ ଶିକାରୀ, ଶୁନେଇ ଡ୍ୟାମ୍‌ରୁ ୫ଟି ହାତୀ ଦାନ୍ତ ଜବତ କଲା ବନବିଭାଗ।

 

୧୩-ବରଗଡ଼ରେ ନକଲି ବିହନ ବିକ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ । ୬ ଜଣ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ ବିରୋଧରେ କୃଷି ବିଭାଗର କାର୍ଯ୍ୟାନୁଷ୍ଠାନ ।

 

୧୪-ଜଟଣୀ AE ନିବେଦିତା ମହାନ୍ତି ଗିରଫ, ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

 

୧୫-ଫୁଲବାଣୀ:ପିକ୍ଅପ୍‌ ଭ୍ୟାନ ସହ ୧୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ।

 

୧୬-ସରିଲା ଆୟକର ରିଟର୍ଣ ଦାଖଲ ଅବଧି,ନୂତନ ସ୍ଲାବରେ ହୋଇଛି ୭ କୋଟି ଆବେଦନ।

 

୧୭-ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ, ‘X’ରେ ପୋଷ୍ଟ କରି କହିଲେ ମୋର ଆବଶ୍ୟକତା ଲୋଡୁନି ଦଳ।

 

୧୮-ମୁମ୍ବାଇ:ନାବାଳକର ଜୀବନ ନେଲା ଅନ୍‌ଲାଇନ ଗେମ୍‌: ୧୪ ମହଲା କୋଠାରୁ ଡେଇଁ କଲା ଆତ୍ମହତ୍ୟା।

 

୧୯-ପୂଜା ଖେଡକରଙ୍କୁ ବଡ଼ ଝଟକା, ଆଉ ଦେଇପାରିବେନି UPSC ପରିଚାଳିତ କୌଣସି ପରୀକ୍ଷା।

 

୨୦-ସିଟିଇଟି ଫଳ ପ୍ରକାଶ କଲା ସିବିଏସଇ।ଜୁଲାଇ ୭ ତାରିଖରେ ଦେଶର ୧୩୬ କେନ୍ଦ୍ରରେ ସିବିଏସଇ ପକ୍ଷରୁ ସିଟିଇଟି ଆୟୋଜନ କରାଯାଇଥିଲା।

 

୨୧-ମାଟିରେ ଦବିଗଲା ୩ଟି ଗାଁ, ୱାୟନାଡ ଭୂସ୍ଖଳନ ପରେ ମୃତଦେହ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ।

 

୨୨-ପାକିସ୍ତାନରେ ସିଆ-ସୁନ୍ନି ବିବାଦ, ଗଲାଣି ୪୮ ଜୀବନ।

 

*🙏 ସୁପ୍ରଭାତ 🙏*