July 8, 2024

ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ସିବିଏସଇ ପକ୍ଷରୁ ପ୍ରଶିକ୍ଷଣ ଶିବିର

Share

   ରାୟଗଡ଼ା: ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସ୍ଥାନୀୟ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରିସରରେ ସିବିଏସଇ ପକ୍ଷରୁ ଦକ୍ଷତା ବିକାଶ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିବିଏସଇ ପକ୍ଷରୁ ପ୍ରଣୟନ ହୋଇଥିବା ନୂତନ ଶିକ୍ଷ୍ୟା ନୀତି ଅନୁଯାୟୀ ଶିକ୍ଷକ ଓ ଶକ୍ଷୟିତ୍ରୀମାନେ କିଭଳି ଭାବରେ ଆଧୁନିକ ଢ଼ଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷ୍ୟା ପ୍ରଦାନ କରିବେ ଓ ଛାତ୍ରଛାତ୍ରୀମାନେ କିଭଳି ଅଧିକ ମାତ୍ରାରେ ଜ୍ଞାନ ଆହରଣ କରିପାରିବେ ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।   ଉକ୍ତ କାର୍ଯ୍ୟକ୍ରମରେ ସିବିଏସଇ ପ୍ରଶିକ୍ଷଣ ସଂଯୋଜକ ତଥା ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ରାଧାକୃଷ୍ଣ ମହାପାତ୍ର କାର୍ଯ୍ୟକ୍ରମଟି କୁ ପରିଚାଳନା କରିଥିବା ବେଳେ ସିବିଏସଇ ର ଉତ୍ସ ବ୍ୟକ୍ତି ଡ଼ଃ ବିନୋଦ କୁମାର ଓ ପ୍ରଣବ କିଶୋର ପଟ୍ଟନାୟକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିବିଏସଇ ସହବନ୍ଧିତ ୧୨ଟି ବେସରକାରୀ ଶିକ୍ଷାନୁଷ୍ଠାନର ୪୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ । ସେହିପରି ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢ଼ୀ ଦଳୀୟ କାର୍ଯ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ