July 8, 2024

ଗାଙ୍ଗପୁର ଥାନାରେ ନୂତନ ଅପରାଧିକ ଆଇନ୍ ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ଚକ୍ର

Share

 

ବେଲଗୁଣ୍ଠା,01/07, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଭାରତରେ ବର୍ଷ ବର୍ଷା ଧରି ଚାଲିଥିବା ବ୍ରିଟିଶ୍ ଆଇନ୍ ର ଅନ୍ତ ଘଟିବା ସହିତ ଲାଗୁ ହୋଇଛି ନୂତନ ଫୌଜଦାରୀ ଆଇନ୍ I ସୂଚନା ପ୍ରକାରେ ବ୍ରିଟିଶ୍ ଆଇନ୍ ଭାରତୀୟ ପିଙ୍ଗଳ କୋଡ଼୍ (ଆଇପିସି),ଫୌଜଦାରୀ ଦଣ୍ଡ ବିଧି ଆଇନ୍ (ସିଆରପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ୍ (ଆଇଇଏ) ବଦଳରେ ଯଥାକ୍ରମେ ଲାଗୁ ହୋଇଛି ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ I ଏହି ପ୍ରରିପ୍ରେକ୍ଷୀରେ ନୂତନ ଅପରାଧିକ ଆଇନ୍ ର କାର୍ଯ୍ୟକାରିତା ସମ୍ପର୍କରେ ଏକ ଆଲୋଚନା ଚକ୍ର ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଥାନା ଅଧିକାରୀ ରାଜେଶ୍ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଥାନା ଅଧିକାରୀ ଶ୍ରୀ ନାୟକ ଏବଂ ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ନୂତନ ଆଇନ୍ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ I ଥାନା ଅଧିକାରୀ ଏହି ନୂତନ ଆଇନ୍ ସମ୍ପର୍କରେ କହିଥିଲେ ଯେ ଜଣେ ବ୍ୟକ୍ତି ଥାନାକୁ ନଯାଇ ମଧ୍ୟ ଯେକୗଣସି ସ୍ଥାନରେ ରହି ଅନ୍ ଲାଇନ୍ ମାଧ୍ୟମରେ ପୋଲିସ୍ ନିକଟରେ ଅଭିଯୋଗ ଦାୟର କରିପାରିବ I ସେହିପରି ଇଲେକ୍ଟ୍ରୋନିକ୍ ମାଧ୍ୟମ ତଥା ଏସ୍ଏମ୍ଏସ୍ ମଧ୍ୟମରେ ଅଭିଯୁକ୍ତକୁ ସମନ୍ ଜାରି କରାଯିବ I ସମସ୍ତ ଜଘନ୍ୟ ଅପରାଧର ଭିଡ଼ିଓଗ୍ରାଫ କରାଯିବ I ସେହିପରି ନୂଆଁ ଆଇନ୍ ବ୍ୟବସ୍ଥା ଅନୁଯାୟୀ ଶୁଣାଣୀ ଶେଷର 45 ଦିନ ମଧ୍ୟରେ ରାୟ ପ୍ରକାଶ ପାଇବ I ପ୍ରଥମ ଶୁଣାଣିର ଷାଠିଏ ଦିନ ମଧ୍ୟରେ ଚାର୍ଜଫ୍ରେମ କରାଯିବ I ବଳାତ୍କାର ପୀଡ଼ିତାଙ୍କ ବୟାନ୍ ମହିଳା ପୋଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ରେକର୍ଡ଼ କରାଯିବ ଏବଂ ବୟାନ୍ ରେକର୍ଡ୍ ସମୟରେ ପୀଡିତାର ଅବିଭାବକ ଉପସ୍ଥିତ ରହିବେ I ଏହି ସବୁ ଆଇନ୍ ର କାର୍ଯ୍ୟକାରିତା କରାଯିବା ସହିତ ପୋଲିସ୍ ଲୋକଙ୍କ ବନ୍ଧୁ ଭାବେ କାର୍ଯ୍ୟ କରିବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ I ସେହିପରି ମହିଳା ଏବଂ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା ସହିତ ଗରୀବ ଏବଂ ଅସହାୟ ଲୋକଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ପୋଲିସ୍ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରିବ ବୋଲି ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ପ୍ରକାଶ କରିଥିଲେ Iଏହି କାର୍ଯ୍ୟକ୍ରମରେ ଆଇନଜୀବୀ ସୀମାଞ୍ଚଳ ପୃଷ୍ଟି, ଆଇନଜୀବୀ ସୁଶାନ୍ତ ସ୍ୱାଇଁ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ସମାଜସେବୀ ଗୋପାଳ ରାଉତ, ପ୍ରକାଶ ରାଉତ,ବିଭୂପାଦ ଜେନା, ସନ୍ତୋଷ କୁମାର ବିଷୋୟୀ, କୃଷ୍ଣଚନ୍ଦ୍ର ପଟ୍ଟନାୟକ,ରାମଚନ୍ଦ୍ର ପାତ୍ର,ଅନୀଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଆଲୋଚନାଚକ୍ରକୁ ଏଏସ୍ଆଇ ଉମା ଚରଣ ପ୍ରଧାନ ପରିଚାଳନା କରିଥିବା ବେଳେ ଥାନା କର୍ମଚାରୀ ସହଯୋଗ କରିଥିଲେ I ନୂତନ ଆଇନ୍ ର କାର୍ଯ୍ୟକାରିତା କ୍ଷେତ୍ରରେ ଅଞ୍ଚଳର ବୁଦ୍ଧିଜୀବି, ସମାଜସେବୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ