July 8, 2024

ଏନ୍ଏସି କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Share

ବୁଗୁଡା : ତା ୦୧/୦୭/୨୪ : ବୁଗୁଡା ଏନ୍ଏସିର ଅବସରପ୍ରାପ୍ତ କର୍ମଚାରୀ ସନ୍ତୋଷ କୁମାର ପଣ୍ଡାଙ୍କୁ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏନ୍ଏସି କାର୍ଯାଳୟ ପରିସରରେ ପୌର କର୍ମଚାରୀ ସଂଘ ସଭାପତି ଅଶୋକ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା , ସଂଘର ଉପସଭାପତି ଜଗଦୀଶ ପଣ୍ଡା , ସମ୍ପାଦକ ମୁନା ଗୌଡ ଓ କୋଷାଧକ୍ଷ ସାକେତ କୁମାର ପାଣିଗ୍ରାହୀ ଓ ଅନ୍ଯାନ୍ଯ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଏ ଅବସରରେ ଅବସରପ୍ରାପ୍ତ କର୍ମଚାରୀ ସନ୍ତୋଷ କୁମାର ପଣ୍ଡାଙ୍କୁ ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।