July 8, 2024

ସମାଜସେବି ସ୍ୱର୍ଗତ ରବୀନ୍ଦ୍ରନାଥ ସାହୁ ଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା।

Share

    ରାଜ ସୁନାଖଳା,(ଉପାନ୍ତ ଖବର): ରାଜ ସୁନଖଳା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା କମ୍ୟୁନିଷ୍ଟ ନେତା ରବିନ୍ଦ୍ରନାଥ ସାହୁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପରିପ୍ରେକ୍ଷୀରେ ଗତ କାଲି ୩୦ ଜୁନୁ ବିଳମ୍ବିତ ସନ୍ଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ରାଜ ସୁନାଖଳା ଏକଡାଳିଆ ସାହି ଠାରେ ସାଥୀ ସବ୍ୟସାଚୀ ସେନାପତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସ୍ବର୍ଗତ ସାହୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ଏକ ମିନିଟ ଶୋକ ଶ୍ରଦ୍ଧାଞ୍ଜଳି ଜଣା ଯାଇଥିଲା। ଶ୍ରୀ ସାହୁ ବଞ୍ଚି ଥିବା ପର୍ଯ୍ୟନ୍ତ ସମାଜର ପରିବର୍ତ୍ତନ ସାଙ୍ଗକୁ ସାଧାରଣ ଜନତା ଙ୍କ ସେବାକୁ ବ୍ରତ ଭାବେ ଗ୍ରହଣ କରିଥିଲେ ବୋଲି ବକ୍ତା ମାନେ ଆଲୋଚନା କରିଥିଲେ।ରାଜ ସୁନାଖଳା ଅଞ୍ଚଳରେ ଜଣେ ନ୍ୟାୟିକ ବ୍ୟକ୍ତି ଭାବେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣାକୁ ସେ ସରଳ ସମାଧାନ କରି ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ। ଚାଷୀ ଓ ଚାଷ ଆନ୍ଦୋଳନର ଜଣେ ଛାମ୍ମୁଆ ରଥୀ ଭାବେ କାର୍ଯ୍ୟ କରିଥିଲେ। ସେ ଚାଷୀ, ଗରୀବ, ଖଟିଖିଆ,ମୂଲିଆ ମଜୁରିଆଙ୍କ ର ଥିଲେ ସ୍ୱର ଓ ସାଲିସି ହୀନ ସଂଗ୍ରାମ ର ସାରଥୀ। ଜଣେ ମେଳାପୀ ଓ ମିଷ୍ଠ ଭାଷୀ ଭାବେ ରାଜ ସୁନାଖଳା ଅଞ୍ଚଳରେ ବେଶ ପରିଚିତ ଥିଲେ।ସେତେବେଳେ ସେ ନିଜେ ଚାଲି ଚାଲି ଗାଁକୁ ଗାଁ ଯାଇ ସମାଜ ପରିବର୍ତ୍ତନର ବାର୍ତ୍ତା ଦେଉଥିଲେ। ଅସ୍ଥିର ସମାଜରେ ଅବିଚଳିତ ନ ହୋଇ ସମାଜର ପ୍ରତିକୂଳ ଗତିରେ ଶେଷ ଜୀବନ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।ଏଭଳି ଜଣେ ଦାୟିତ୍ୱବାନ,ସ୍ବସ୍ଛ, ଓ କର୍ମନିଷ୍ଠ ବ୍ୟକ୍ତିଙ୍କ ଅଧୁରା ସ୍ଵପ୍ନ କୁ ସାକାର କରିବାକୁ ଆଲୋଚକ ମାନେ ନିବେଦନ କରିଥିଲେ।ପରିଶେଷରେ ଶ୍ରୀ ସାହୁ ଙ୍କ ର ଏକ ମାତ୍ର ପୁଅ ତୃପିତି ରଞ୍ଜନ ସାହୁ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ସଭାରେ ଧନ୍ୟବାଦ ଦେବା ସହ ସାମିଲି ହୋଇଥିବା ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସନମାନିତ କରିଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ନେତା ସୁରେଶ ସ୍ବାଇଁ,ଦୁଃଶାସନ ଜେନା, ପ୍ରାଧ୍ୟାପକ ବସନ୍ତ ସାମନ୍ତରାୟ,ମନ ମୋହନ ସାହୁ,ସଦାଶିବ ସାହୁ ସଞ୍ଜୁକ୍ତା ସେଠୀ,ମଦନ ସାହୁ ଓ ବବିତା ସାହୁ ପ୍ରମ୍ମୁଖ ଆଲୋଚନା କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।