July 8, 2024

ମଦ ବନ୍ଦ ପାଇଁ ମେଳି ବାନ୍ଧିଲେ ଗୌଡିଆବୋରଦା ପଞ୍ଚାୟତବାସୀ

Share


ବୁଗୁଡ଼ା : ତା ୦୧/୦୭/୨୪ : ବୁଗୁଡ଼ା ବ୍ଲକ ଗୌଡ଼ିଆବୋରଦା ପଞ୍ଚାୟତର ଲୋକେ ଜନବସତି ଅଞ୍ଚଳରେ ଥିବା ମଦ ଦୋକାନ ଉଚ୍ଛେଦ ସାଙ୍ଗକୁ ପଞ୍ଚାୟତରେ ସମ୍ପୂର୍ଣ୍ଣ ମଦ ବନ୍ଦ ପାଇଁ ବୁଗୁଡ଼ା ଅବକାରୀ ଥାନା ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ପ୍ରକାରେ , ଗୌଡ଼ିଆବୋରଦା ପଞ୍ଚାୟତ ଅନ୍ତର୍ଗତ କାନସୁକା ଗ୍ରାମର ମୁଖ୍ୟ ରାସ୍ତା ନିକଟସ୍ଥ ଜନବସତି ଅଞ୍ଚଳରେ ରହି ଚୋରାରେ ବିଦେଶୀ ମଦ କାରବାର କରୁଥିବା ଏକ ବେଆଇନ ମଦ ଦୋକାନ ଯୋଗୁଁ ପଞ୍ଚାୟତରେ ଅସାମାଜିକ କାର୍ଯ୍ୟକଳାପ ସାଙ୍ଗକୁ ମଦ୍ଯପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି । ସେହି ମଦ ଦୋକାନର ଉଚ୍ଛେଦ ସାଙ୍ଗକୁ ପଞ୍ଚାୟତରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ ଆଜି ପଞ୍ଚାୟତବାସୀ ମେଳି ବାନ୍ଧି ସ୍ଥାନୀୟ ଅବକାରୀ ଥାନାରେ ପହଞ୍ଚି ଅଧିକାରୀ ମୋଜି ଶବରଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥି ସହ ଉକ୍ତ ଦାବି ସମ୍ପର୍କରେ ବୁଗୁଡା ଥାନା ଅଧିକାରୀ ଓ ତହସିଲଦାରଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି । ପଞ୍ଚାୟତର ଯୁବ ସଂଗଠକ ପ୍ରକାଶ ମହାରଥଙ୍କ ନେତୃତ୍ୱରେ ଏକତ୍ର ହୋଇ ଶତାଧିକ ପଞ୍ଚାୟତବାସୀ ମଦ ଦୋକାନ ଉଚ୍ଛେଦ ଓ ବନ୍ଦ ନିମନ୍ତେ ଦାବି ଉପସ୍ଥାପନ କରାଯାଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ସ୍ବାଗତ କରାଯାଇଥିବା ଜଣାଯାଇଛି ।