July 3, 2024

ପ୍ରବଳ ବର୍ଷା ସତ୍ତ୍ୱେ ଆଜି ଅସ୍ତରଂଗ ମାଳଦା ଗ୍ରାମଠାରେ ମା ସୁଭଦ୍ରା ଦେବୀଙ୍କ ଆଶୀର୍ବାଦ ନେଇ ମା ‘ଙ୍କ ମନ୍ଦିର ପ୍ରଙ୍ଗଣରୁ ବଟ ବୃକ୍ଷଟିଏ ପୋତି କ୍ରମାଗତ ୪୫ ଦିନ ଧରି ପ୍ରତିଦିନ କିଛି କିଛି ମଞ୍ଜି ପୋତିବା ଓ ଗଛ ଲଗାଇବା ପାଇଁ ସଂକଳ୍ପ ନିଆଯାଇଛି ଏବଂ ୫ ହଜାର ଗଛ ଏବଂ ୧ ଲକ୍ଷ ମଞ୍ଜି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ..

Share

   ପ୍ରବଳ ବର୍ଷା ସତ୍ତ୍ୱେ ଆଜି ଅସ୍ତରଂଗ ମାଳଦା ଗ୍ରାମଠାରେ ମା ସୁଭଦ୍ରା ଦେବୀଙ୍କ ଆଶୀର୍ବାଦ ନେଇ ମା ‘ଙ୍କ ମନ୍ଦିର ପ୍ରଙ୍ଗଣରୁ ବଟ ବୃକ୍ଷଟିଏ ପୋତି କ୍ରମାଗତ ୪୫ ଦିନ ଧରି ପ୍ରତିଦିନ କିଛି କିଛି ମଞ୍ଜି ପୋତିବା ଓ ଗଛ ଲଗାଇବା ପାଇଁ ସଂକଳ୍ପ ନିଆଯାଇଛି ଏବଂ ୫ ହଜାର ଗଛ ଏବଂ ୧ ଲକ୍ଷ ମଞ୍ଜି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେଥିପାଇଁ ଆଦିବୈଦ୍ୟ ଫାଉଣ୍ଡେସନ, CTRD ଓଡ଼ିଶା , 24 ମହାକାଳ ହେଲ୍ପ ଫାଉଣ୍ଡେସନ, ସ୍ଥାନୀୟ ଯୁବ ସଂଘ ଆଦି କେତେକ ସଂସ୍ଥା ଦ୍ଵାରା ବିଭିନ୍ନ ଗଛର ମଞ୍ଜି ଓ ଗଛ ଦ୍ଵାରା ମା କୃଷକ ମହାସଂଘକୁ ଦାନ କରାଯାଇଛି । ଅସ୍ତରଙ୍ଗ ଅଞ୍ଚଳ ବ୍ୟାପି ବିଭିନ୍ନ ଖାଲି ପଡିଆ, ରାସ୍ତା , ନଦୀ ଓ କେନାଲ ବନ୍ଧ ପାର୍ଶ୍ଵ ମାନଙ୍କରେ ଏହା ଲଗାଯିବ । ଏହି ମହାସଂଘର ପ୍ରାୟ ୨୦୦ କୃଷକ କ୍ଳବ୍ ଓ ଅନୂନ୍ୟ ୪୦୦୦ ସଭ୍ୟ ରହିଛନ୍ତି । ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ପ୍ରତିଦିନ ଆସନ୍ତା ଅଗଷ୍ଟ ୧୫ ତାରିଖ ଯାଏଁ ଜାରି ରଖିବେ ।

ମହାସଂଘର ସଭାପତି ଶ୍ରୀ ନୃଷିଂଘ ଚରଣ ଭ୍ରମରବର ରାୟ, ସେକ୍ରେଟାରୀ ଶ୍ରୀ ଧିରେନ କୁମାର ବାରିକ, ଉପଦେଷ୍ଟା ଡକ୍ଟର ଭବାନୀ ଶଙ୍କର ସାମନ୍ତରାୟ ତଥା ଅନ୍ୟାନ୍ୟ ସକ୍ରିୟ ମହିଳା ସଦସ୍ୟ ମାନେ ଯୋଗ ଦେଇ ଆଜିର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।
ଗଛ ଲଗାଇ ନୂଆ ନୂଆ ଜଙ୍ଗଲ ସୃଷ୍ଠି କରିବା ଦ୍ଵାରା ପ୍ରାକୃତିକ ପରିବେଶ ସନ୍ତୁଳନ, ପୃଥିବୀର ଜଳସ୍ତର ପୁନରୁତ୍ଥାନ, ବିଜୁଳି ଘଡଘଡି ଓ ବାତ୍ୟା ତୋଫାନ ପରି ପ୍ରାକୃତିକ ବିପର୍ଯ୍ୟୟ ମାନଙ୍କରୁ ରକ୍ଷା ମିଳିଥାଏ ବୋଲି ସଦସ୍ୟ ମାନେ ମତାମତ ରଖିଥିଲେ । ଗତ ବର୍ଷ ଏପରି କାର୍ଯ୍ୟକ୍ରମ ଦ୍ଵାରା ପ୍ରାୟ ଦୁଇ ହଜାର ଗଛର ଏକ ଛୋଟ ଜଙ୍ଗଲ ସୃଷ୍ଟି କରି ସ୍ଥାନୀୟ ଲୋକଙ୍କର ଏହି ସଂଘ ପ୍ରୀୟଭାଜନ ହୋଇପାରିଛି ।।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ