June 3, 2025

ଖୋର୍ଦ୍ଧାରେ ଶୀତଳ ଷଷ୍ଠୀ ପାଳିତ

Share

 

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧାରେ ଶୀତଳ ଷଷ୍ଠୀ ଓ ଶିବ ବିବାହ ମହା ସମାରୋହରେ ପାଳିତ ଯାଇଛି। ଖୋର୍ଦ୍ଧା ସହରର ଗୁରୁଜଙ୍ଗର ଧବଳେଶ୍ବର, ଲୋକେଶ୍ୱର ,ସ୍ବପଣେଶ୍ୱର ,ବାଲୁଙ୍କେଶ୍ୱର, ତାରେକଶ୍ୱର ଏବଂ ସିଧେଶ୍ବର ମନ୍ଦିରରେ ହର ପାର୍ବତୀ ବା ଶିବ ପାର୍ବତୀ ବିବାହ ଉତ୍ସବମହାସମାରୋହରେ ପାଳିତ ହୋଇଛି। ସହର ମଧ୍ୟରେ ଥିବାସିଧେଶ୍ବର ମନ୍ଦିରରେ ମନୋଜ ସାହୁ, ସିପ୍ରା ସାହୁ ବର ପିତା ମାତା ଭାବେ ଏକ ଶୋଭାଯାତ୍ରାରେ ଯାଇ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ କନ୍ୟା ପିତା ଅଜିତ ମହାପାତ୍ର (ବାପି) ମାଆ ଲିପି ମହାପାତ୍ର ସେମାନଙ୍କୁ ସ୍ୱାଗତ କରିବା ସହିତ ପାଛୋଟି ନେଇଥିଲେ।ପରେ ରୀତି ନୀତି ଅନୁଯାୟୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହିପରି କୁମାରବସ୍ତ୍ରରେ ଥିବା ପ୍ରସିଧ ଲୋକନାଥ ଦେବ ପୀଠରେ କନ୍ୟାପିତା ଗୋବର୍ଦ୍ଧନ ହାତୀ ଏବଂ ବରପିତା ଭାବେ ଗନ୍ଧର୍ବ ପାତ୍ର ହର ପାର୍ବତୀଙ୍କ ବିବାହ କରି ଥିଲେ। ବିବାହ ଉତ୍ସବରେ ଭୋଜିଭାତର ଆସର ହୋଥିବାବେଳେ ବର, କନ୍ୟା ପକ୍ଷଙ୍କ ସମେତ ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇ ଭୋଜିରେ ସାମିଲ ହୋଇଥିଲେ। ମନ୍ଦିର ର ପରିଚାଳକ ଚନ୍ଦନ ସାହୁ ପୁରୋଧା ବିକାଶ ମହାପାତ୍ର।ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।

You may have missed