July 1, 2024

ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

Share

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ସ୍ଥିତ ବେଣାଗାଡିଆ ଭାଗବତ ଦେବ ମ.ଇ ସ୍କୁଲ୍ ନିକଟସ୍ଥ ଖେଳ ପଡିଆରେ ଏଭରଗ୍ରୀନ୍ କ୍ଳବ୍ ତରଫରୁ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ କ୍ରିକେଟ ଫାଇନାଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ କିସମତ୧୧,ମାହିଲଭର,ରାଇଜିଙ୍ଗ ଟ୍ୟାଲେଣ୍ଟ ଏବଂ ଲେଗ୍ ସାଇଡ ଲେଜେଣ୍ଡ୍ ପ୍ରଭୃତି ୪ଟିଦଳ ଅଂଶ ଗ୍ରହଣ କରିଥିଲେ ଏହା ୧୫ଦିନ ଚାଲୁରହିଥିଲା । ବିଜେତା ଦଳକୁ ସିଲସହିତ ୬୦୦୦ଟଙ୍କା ଏବଂ ଉପବିଜେତା ଦଳକୁ ସିଲସହିତ ୪୦୦୦ ଟଙ୍କା ପ୍ରଦାନ କରା ଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ରେ ଲେଗ୍ ସାଇଟ ଲେଜେଣ୍ଡ ଦଳ ୧୨ ଓଭରରେ ୧୭୩ରନ୍ କରିଥିବା ବେଳେ ରାଇଜିଙ୍ଗ୍ ଟ୍ୟାଲେଣ୍ଟ ଦଳ ୧୨ଓଭରରେ ୧୭୪ ରନ୍ କରି ବିଜୟ ଲାଭ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ କ୍ଳବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି କ୍ରିକେଟ୍ ଖେଳ କୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed