November 21, 2024

ସାବିତ୍ରୀ ର ଆକୁଳ ନିବେଦନ–ମୋ ସ୍ୱାମୀର ଜୀବନ ବଞ୍ଚାଇ ଦିଅ, ମୋ ସଂସାର କୁ ରକ୍ଷାକର !

Share


++++++++++++++++++++
ଜଗତସିଂହପୁର 🙁 ତିର୍ତ୍ତୋଲ ) ଫେଲ ମାରିଛି ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ! ପ୍ରହସନରେ ପରିଣତ ହୋଇଛି ବିଜୁ ସ୍ୱାସ୍ଥ୍ୟ କାର୍ଡ !
ଗରିବ ଅସହାୟ ବ୍ୟକ୍ତି ନିଜର ଚିକିତ୍ସା ପାଇଁ, ଡାକ୍ତରଖାନା ଧାଇଁ ଧାଇଁ ନିରାଶ ହେଇଯାଉଛି ସିନା, ଚିକିତ୍ସା ନପାଇ କର୍ମକୁ ଆଦରି ମୃତ୍ୟୁକୁ ଅପେକ୍ଷା କରିବା ସାର ହେଉଛି ! ଏପରି ଦୁଃଖଦାୟକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅଧୀନ କୀର୍ତ୍ତନ ପୁର ଗ୍ରାମରେ ! ସ୍ୱାମୀ ଶେଷଦେବ ଦାଶ ଙ୍କର ଦୁଇଟି କୀଡୀନ ଖରାପ ହୋଇଯାଇଥିବାରୁ, ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରୁନାହାନ୍ତି ସ୍ତ୍ରୀ ସାବିତ୍ରୀ !ଗରିବ ବ୍ରାହ୍ମଣ ପରିବାରରେ ଜନ୍ମିତ ଶେଷଦେବ ଦାଶ ବୟସ ମାତ୍ର 38 ବର୍ଷ ! କୌଣସି ସନ୍ତାନ ନାହାନ୍ତି, ସ୍ତ୍ରୀ ସାବିତ୍ରୀ କୁ ନେଇ ସଂସାର !ଜଗତସିଂହପୁର ଠାରେ ମନ୍ଦିର ପୂଜା କରି ପେଟ ପ୍ରତିପୋଷଣ କରୁଥିବା ଶେଷଦେବ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବିକା ହରାନ୍ତି! ସ୍ତ୍ରୀ ସାବିତ୍ରୀର ସହାୟତାରେ ମେଡିକାଲ ଯାଇ ଚିକିତ୍ସା କରାଇବାକୁ ଡାକ୍ତରଙ୍କୁ ପରାମର୍ଶ କରିବାରୁ, ଦଶହଜାର ଟଙ୍କା ପୈଠ କଲେ ଚିକିତ୍ସା ହୋଇପାରିବ ବୋଲି କୁହନ୍ତି ଡାକ୍ତର ! କୋଉଠୁ ପାଇବେ ଏତେ ଟଙ୍କା ? ବିଜୁ ସ୍ୱାସ୍ଥ୍ୟକାର୍ଡ କାମରେ ଆସିଲାନାହିଁ ! ରୋକଠୋକ ମନାକଲେ ମେଡିକାଲ ପ୍ରତିନିଧି ! ଏତେ କମ ବୟସରେ ଦଇବ ସାଧିଲା ଦାଉ ! ଜମିବାଡ଼ି ନଥିବା ଶେଷଦେବ ନିରୁପାୟ ଅବସ୍ଥାରେ ଘରେ ଅପେକ୍ଷା କରିଛି ମୃତ୍ୟୁକୁ ! ସ୍ତ୍ରୀ ସାବିତ୍ରୀ ଆଖି ଛଳ ଛଳ କରି ନିବେଦନ କରି ଚାଲିଛନ୍ତି, କେହି ହେଲେ ମୋ ସ୍ୱାମୀକୁ ବଞ୍ଚେଇ ଦିଅ! ମୋ ଉଜୁଡା ସଂସାରକୁ ରକ୍ଷାକର ! ଏତେ ନେତାମନ୍ତ୍ରୀ ଗାଁ ଗାଁ ବୁଲି ଅଷ୍ଟମପ୍ରହରୀ, ପୂଜାମଣ୍ଡପ, ଶନିମେଳା, ଘର ପ୍ରତିଷ୍ଠା, ବାହାଘର ଭୋଜି ଆଦି ସ୍ଥାନରେ ପହଞ୍ଚି ବଦାନ୍ୟତା ଦେଖାଉଥିବା ବେଳେ, ସାବିତ୍ରୀ ଶେଷଦେବ ର ଦାରୁଣ ଦୁଃଖ ଶୁଣି ନପାରିବା ପରିତାପର ବିଷୟ ବୋଲି କୁହନ୍ତି ପଡିଶା ଲୋକମାନେ ! ଗାଁ ଗାଁ ବୁଲି ସାହାଯ୍ୟ ମାଗି ଚଳୁଥିବା ପରିବାର ପାଇଁ ସରକାରଙ୍କ ଯୋଜନା ସତେ ଯେପରି ପରିହାସ ପରି ମନେହେଉଛି ! ସନ୍ତାନ ସନ୍ତତି ନଥିବା ପରିବାର ହିସାବରେ ରାସନ ଗଣ୍ଡାକ ଛଡା ଆଉ କିଛିବି ସାହାଯ୍ୟ ନାହିଁ ବୋଲି ଦୁଃଖରେ କୁହନ୍ତି ସାବିତ୍ରୀ ! ପୁଣି ସାବିତ୍ରୀକୁ ଡାଇବେଟିସ, ସ୍ୱାମୀ ପାଇଁ ତ ଔଷଧ କିଣିବାକୁ ଟଙ୍କା ନାହିଁ, ନିଜ କଥା ବୁଝିବେ କିପରି ? ଏପରି ଦୁଃଖ ସମୟରେ କୌଣସି ସ୍ଵେଛାସେବୀ ଅନୁଷ୍ଠାନ ହେଉ, କଲେକ୍ଟର ଙ୍କ ରିଲିଫ ଫଣ୍ଡ ହେଉ, ବା ବଦାନ୍ୟ ବ୍ୟକ୍ତି ବିଶେଷ ହୁଅନ୍ତୁ, ଏହି ଦୁସ୍ଥ ପରିବାର ପ୍ରତି କିଛି ସାହାଯ୍ୟ ସହଯୋଗ କରିବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ! ତାଙ୍କ ସହିତ ଯୋଗାଯୋଗ ନମ୍ବର 9937367137, ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed