March 10, 2026

ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ମଇ ଉପଲକ୍ଷେ ପାରାଦ୍ୱୀପରେ ଜଳଛତ୍ରର ଶୁଭାରମ୍ଭ ..

IMG-20250501-WA0087
Share

 

 

ପାରାଦ୍ୱୀପ

 

ଜଗତସିଂହପୁର ଜିଲ୍ଲା ସଦରମହକୁମା ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ମଇ ଦିବସ ପାଳନ ସହ ପାରାଦ୍ୱୀପରେ ଏକ ଜଳଛତ୍ରର ଶୁଭାରମ୍ବ ହୋଇଛି । ଜଗତସିଂହପୁର ସଦରମହକୁମାରେ ଅନୁଷ୍ଠିତ ମଇ ଦିବସ ପାଳନ ଅବସରରେ ୟୁନିଅନର ଜିଲ୍ଲା ସଭାପତି ରମାକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ଜେନା ,କୋଷାଧ୍ୟକ୍ଷ ପ୍ରତାପ କୁମାର ସିଂହ, ଉପସଭାପତି ଗୌରାଙ୍ଗ ସ୍ବାଇଁ, ଅଶୋକ ରାୟ ,ଉପଦେଷ୍ଟା ଅକ୍ଷୟ କୁମାର ଦାସ ,ସହସମ୍ପାଦକ ତାପସ ଦାସ ,ସୁଶାନ୍ତ କୁମାର ରାଉତ,ସଂଗଠନ ସମ୍ପାଦକ ସନ୍ତୋଷ କୁମାର ସାହୁ,ସଂଗ୍ରାମ କିଶୋର ପଟ୍ଟନାୟକ , ସଦସ୍ୟ ପ୍ରଫୁଲ୍ଲ କୁମାର ସାହୁ ,ଉମାକାନ୍ତ ପାତ୍ର,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କର ସମସ୍ୟା ଓ ଆଗାମୀ ଦିନରେ ସାମ୍ବାଦିକଙ୍କର ସମସ୍ୟାଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ୟୁନିଅନର ସମସ୍ତ ସଦସ୍ୟ ସମ୍ବାଦ ପରିବେଷଣ ସହ ସାଧାରଣ ଲୋକଙ୍କ ସୁଖଦୁଃଖର ସଂଶ୍ଳିଷ୍ଟ ରହିବେ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହି ପରିପେକ୍ଷିରେ ପାରାଦ୍ୱୀପରେ ୟୁନିଅନର ସାଧାରଣ ସମ୍ପାଦକ ସୁବ୍ରତ କୁମାର ନାୟକ ଓ ଅନ୍ୟ ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ଏକ ଜଳଛତ୍ରର ଶୁଭାରମ୍ବ କରାଯାଇଛି । ଏହି ଜଳଛତ୍ର ୩ ମାସ ପର୍ଯ୍ୟନ୍ତ ପଥଚାରୀମାନଙ୍କୁ ଦହିପାଣି ଯୋଗାଇବ ବୋଲି ସୂଚନା ମିଳିଛି ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।