March 10, 2026

ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ..

IMG-20250501-WA0079
Share

ଲାଞ୍ଜିଗଡ଼ (ପୁରନ୍ଦର ଦଣ୍ଡସେନା)

ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ବାଲିସରା ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି। ଗ୍ରାମରେ ୨୦ ଟି ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି। ଖରାଦିନେ ବାରମ୍ବାର ନଳକୂପ ଖରାପ ହୋଇଯିବା କାରଣରୁ ପାଖରେ ଥିବା ନାଳ ଉପରେ ଉପରେ ନିର୍ଭର କରୁଥିବା ଦେଖିବକୁ ମିଳିଛି। ଗାଁ ରେ ଗୋଟିଏ ପାଣି ଟାଙ୍କି ଅଛି। କିନ୍ତ୍ କୌଣସି କାରଣରୁ ଗାଁକୁ ଜଳ ଯୋଗାଣ ହୋଇପାରୁନି। ଗାଁକୁ ରାସ୍ତା ଥିଲେ ମଧ୍ଯ ରାସ୍ତା ର ଅବସ୍ଥା ଶୋଚନୀୟ ଥିବାରୁ ଅପାତ୍ କାଳୀନ ସ୍ଥିତିରେ ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ଗାଁର ସାମୁହିକ କାର୍ଯ୍ଯ ପାଇଁ ଧରଣୀ ଗୋଷ୍ଟି କେନ୍ଦ୍ର ୨୦୨୩ ମସିହାରୁ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏସବୁ ସମସ୍ୟାର ସମାଧାନ ପାଇଁ ଗ୍ରାମବାସମାନେ ଉପାନ୍ତ ଖବର ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଛନ୍ତି।

 

ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର