ଜଗତସିଂହପୁର ଜିଲ୍ଲା “ସାମ୍ବାଦିକ ୟୁନିଅନ ” ପକ୍ଷରୁ ଆନ୍ତର୍ଜାତୀୟ ମଇ ଦିବସ ପାଳିତ ।

ଜଗତସିଂହପୁର, ତା- ୦୧/୦୫/୨୦୨୫
ଜଗତସିଂହପୁର ଜିଲ୍ଲା ସଦରମହକୁମା ର ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ମଇ ଦିବସ ପାଳିତ ହୋଇଯାଇଛି । ୟୁନିଅନର ଜିଲ୍ଲା ସଭାପତି ରମାକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ଜେନା ,କୋଷାଧ୍ୟକ୍ଷ ପ୍ରତାପ କୁମାର ସିଂହ, ଉପସଭାପତି ଗୌରାଙ୍ଗ ସ୍ବାଇଁ, ଅଶୋକ ରାୟ ,ଉପଦେଷ୍ଟା ଅକ୍ଷୟ କୁମାର ଦାସ ,ସହସମ୍ପାଦକ ତାପସ ଦାସ ,ସୁଶାନ୍ତ କୁମାର ରାଉତ,ସଂଗଠନ ସମ୍ପାଦକ ସନ୍ତୋଷ କୁମାର ସାହୁ,ସଂଗ୍ରାମ କିଶୋର ପଟ୍ଟନାୟକ , ସଦସ୍ୟ ପ୍ରଫୁଲ୍ଲ କୁମାର ସାହୁ ,ଉମାକାନ୍ତ ପାତ୍ର,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କର ସମସ୍ୟା ଓ ଆଗାମୀ ଦିନରେ ସାମ୍ବାଦିକଙ୍କର ସମସ୍ୟାଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ସରକାର ଯଦି ସାମ୍ବାଦିକଙ୍କ ନ୍ୟାୟୋଚିତ ଦାବିଗୁଡିକ ଅଣଦେଖା କରନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।