ମୋହନା ବ୍ଲକ ଅଞ୍ଚଳ ରେ ବିଜେପି ପ୍ରାର୍ଥୀ ମାନଙ୍କ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା , ଡବଲ ଇଞ୍ଜିନ ସରକାର ପାଇଁ ଭୋଟର କୁ କଲେ ଅନୁରୋଧ ….
ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ଆଜି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡକ୍ଟର ପ୍ରଦୀପ ପାଣିଗ୍ରାହି ଏବଂ ମୋହନା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମଲ୍ଲିକ ମୋହନା ବ୍ଲକ ର କମଳାପୁର ଛକ ରୁ ମୋହନା ବାଟ ଦେଇ ଅଡବା, ବିରିକୋଟ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଯାଇ ସେଠାରୁ ଫେରି ଚନ୍ଦ୍ରଗିରି ପର୍ଯ୍ୟନ୍ତ ଶୋଭାଯାତ୍ରା ସହ ରାସ୍ତା କଡ ଗ୍ରାମ ଗୁଡିକରେ ପଥ ପ୍ରାନ୍ତ ସଭା କରିବା ସଂଗେ ଲୋକଙ୍କ ଘର କୁ ଘର ଯାଇ ଲୋକଙ୍କ ସହ ହାତ ମିଶାଇ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଏହା ସହ ପଥ ପ୍ରାନ୍ତ ସଭା ଗୁଡ଼ିକରେ ଗୋପାଳପୁର ଠାରୁ ଆରମ୍ଭ ହେବାକୁ ଥିବା ରେଳ ପ୍ରକଳ୍ପ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ଓଡ଼ିଶା ରେ ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ଅନୁରୋଧ କରିଥିଲେ। ଏହା ସହ ବିଭିନ୍ନ ପଥ ପ୍ରାନ୍ତ ସଭା ଗୁଡ଼ିକରେ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି ଆମ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ କଡ଼ା ସମାଲୋଚନା କରିବା ସଙ୍ଗେ ଓଡ଼ିଶା ରୁ ବାହାର କରିବା ନିମନ୍ତେ ପ୍ରକାଶ କରିଥିଲେ। ଏହି ଶୋଭାଯାତ୍ରା ସହ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ ମଧ୍ୟ ନିଜ ଭାଷଣ ରେ ଓଡ଼ିଶା ରେ ବିଜେପି ସରକାର ହେବା ସହ ଦେଶ ରେ ନରେନ୍ଦ୍ର ମୋଦୀ ତୃତୀୟ ଥର ନିମନ୍ତେ କାର୍ଯ୍ୟ ଭାର ଗ୍ରହଣ କରି ଦେଶ ର ପ୍ରଧାନମନ୍ତ୍ରୀ ହେବେ ନାହିଁ କହିଥିଲେ। ଏହି ଶୋଭାଯାତ୍ରା ରେ ପ୍ରାୟ ହଜାର ହଜାର ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳ ଗେରୁଆ ମୟ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରା ରେ ବିଜେପି ର ବରିଷ୍ଟ ନେତା ଙ୍କ ସମେତ ବିଭିନ୍ନ ମୋର୍ଚ୍ଚା ର କର୍ମୀ ଗଣ ସହଯୋଗ କରିବା ସଙ୍ଗେ ନୂତନ ଭାବେ ଦଳରେ ଯୋଗ ଦେଇଥିବା ବରିଷ୍ଟ ନେତା ହରପ୍ରସାଦ ମିଶ୍ର, ଦୟାନିଧି ନାହାକ ଙ୍କ ସମେତ ନିର୍ବାଚନ ମଣ୍ଡଳୀ ଶହ ଶହ କର୍ମୀ ଏଥିରେ ଯୋଗ ଦେଇ ବିଜେପି ପ୍ରାର୍ଥୀ ଙ୍କ ନିମନ୍ତେ ଭୋଟ ଦେବାକୁ ଅନୁରୋଧ କରିଥିଲେ।