March 10, 2026

ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ କୋଣ୍ଡା ବାବୁ ରାୟଗଡା ବିଧାୟିକା ପ୍ରାର୍ଥୀନୀ ଅନୁସୟା ଙ୍କ ପାଇଁ କରିଲେ ପ୍ରଚାର..

3e9
Share

ରାୟଗଡା :ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ ରାୟଗଡା ବିଜୁ ଜନତା ଦଳର ବରିଷ୍ଠ ସଙ୍ଗଠକ ଶ୍ରୀ ଯୁକ୍ତ ୟାଲ୍ଲା କୋଣ୍ଡା ବାବୁ ଙ୍କ ନେତୃତ୍ବରେ ରାୟଗଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଧ ମାଳିଗାଁ, କୋତାପେଟା, ବିରନାରାୟଣ ପୁର ଭାକୁରଗୁଡା ଗ୍ରାମରେ ଆୟୋଜିତ ଗ୍ରାମସ୍ତରୀୟ ସଧାରଣ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟିକ ଙ୍କ ସଶକ୍ତ, ସମୃଦ୍ଧ ଓ ସ୍ଵାଭିମାନୀ ନବୀନ ଓଡ଼ିଶା ଗଠନର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତେ ଏକ ସୂତ୍ରରେ ବାନ୍ଧି ହୋଇ, ଏକ ମନ ଏକ ପ୍ରାଣ ହୋଇ, ତାଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବାକୁ ଆହ୍ଵାନ କରିଥିଲେ। ଆମ ଦଳର ବିଧାୟିକା ପ୍ରାର୍ଥିନୀ ଶ୍ରୀମତୀ ଅନୁସୟା ମାଝୀ ଙ୍କୁ ଗୋଟିଏ ଥର ଏବଂ ଆମ ସାଂସଦ ପ୍ରାର୍ଥିନୀ ଶ୍ରୀମତୀ କୌଶଲ୍ୟା ହିକୋକାଙ୍କୁ ଆଉ ଗୋଟିଏ ଥର ଶଙ୍ଖ ଚିହ୍ନରେ ବଟନ୍ ଦବାଇବା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରି ନବୀନ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ରାୟଗଡା ଙ୍କ ସହିତ ଆମ ଓଡ଼ିଶା ନବୀନ ଓଡିଶାର ଜିଲ୍ଲା ସଂଜଯକ ପି ଗୌରୀ ଶଙ୍କର , ବିଜେଡିର ବରିଷ୍ଟ ନେତା କାଶୀ ନାଇଡୁ, ଚକ୍ର ବିଡ଼ିକା, ମୀନା ରାଓ, ବରିଷ୍ଟ ଆଇନ ଜିବି ବିରଜା ପାତ୍ର, ଏବଂ ଅନ୍ୟାନ୍ୟ ସମସ୍ତ ବିଜେଡ଼ିର ବରିଷ୍ଠ ନେତ୍ରୁ ବୃନ୍ଦ ଯୋଗ ଦେଇଥିଲେ।
(ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ)