କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ରୁ ଶ୍ରୀକ୍ଷେତ୍ର ପୁରୀ ଜନଶକ୍ତି ପାର୍ଟିର ସଚେତନତା ଯାତ୍ରା ଅନୁଷ୍ଠିତ l

ଜନଶକ୍ତି ପାର୍ଟିର ସଭାପତି ଆଡଭୋକେଟ ପ୍ରଦୀପ ଦାଶଙ୍କ ନେତୃତ୍ୱ ରେ କେନ୍ଦ୍ରାପଡ଼ା ର ବଳଦେବଜୀଉ ମନ୍ଦିର ର ଶ୍ରୀକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବକେୟା ବିଦ୍ୟୁତ ଶୁକ୍ଲ ଛାଡ଼, ରିଲିଫ କୋଡ଼ ସଂଶୋଧନ ଓ ଅଡିଟ ବ୍ୟବସ୍ଥା, ଉଚ୍ଚ ଶିକ୍ଷା ନିମନ୍ତେ ସୁଧମୁକ୍ତ ଋଣ, ଚିଟଫଣ୍ଡ ଟଙ୍କା ଫେରସ୍ତ, ସ୍ଥାୟୀ ନିଯୁକ୍ତି ସମସ୍ତ କ୍ଷେତ୍ରରେ ପେନସନ ସହିତ, କୃଷକକୁ ପେନସନ ସହିତ ମଧୁସୂଦନ ଦାସ ଓ ଗୋପବନ୍ଧୁ ଦାସଙ୍କୁ ମରଣତ୍ତୋର ଭାରତରତ୍ନ ପ୍ରଦାନ ଦାବିରେ ଏକ ସଚେତନତା ଯାତ୍ରା ପୁରୀରେ ପହଞ୍ଚିଥିଲା ଏହି କାର୍ଯ୍ୟକ୍ରମ ରେ ଜନଶକ୍ତି ପାର୍ଟିର ବରିଷ୍ଠ ଆଇନୀଜୀବୀ ପ୍ରଦୀପ ଦାଶଙ୍କ ସହିତ ଓଡିଶା ବିକାଶ ମହାମଞ୍ଚ ର ସଭାପତି ପ୍ରଣବ ଛୋଟରାୟ, ମହାଦେବ ସେନାର ଅଧକ୍ଷ ଧନେଶ୍ୱର ବାବା, ସମ୍ପାଦକ ଗୌତମ ବେହେରା, ସୁବାଷ ସାହୁ ଓ ରମାକାନ୍ତ ମହାଳିକଙ୍କ ସହିତ ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରି ଦୀର୍ଘ ଏକମାସ କାଳ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲି ଏହି ସଚେତନତାର ବାର୍ତ୍ତା ବାଣ୍ଟିବେବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ