ଚର୍ଚ୍ଚିତ ସାରଥୀ ଙ୍କ ଭ୍ରାମ୍ୟ ମାଣ ସତସଙ୍ଗ, ଭାବ ରେ ଝୁମିଲେ ଶତାଧିକ ସାରଥୀ ଅନୁଗାମୀ..

-ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅଧୀନ ସାଇଲୋ ହରିପୁର ଗ୍ରାମରେ ଶତାଧିକ ମହିଳା ଓ ପୁରୁଷ ଙ୍କ ଭିଡରେ ଚାଲିଥିଲା ସାରଥୀ ବ୍ରବଚନ, ଏକଦା ଚର୍ଚ୍ଚା ରେ ଥିବା କେନ୍ଦ୍ରାପଡ଼ା ବାରିମୂଳ ର ସନ୍ତୋଷ ରାଉଳ ଓରଫ ସାରଥି ବାବାଙ୍କ ସତସଙ୍ଗ ଓ ପ୍ରବଚନ ଉପରେ ଅଙ୍କୁଶ ଲଗା ଯାଇଥିଲା,କିନ୍ତୁ ଏବେ ପୂର୍ଵ ଭଳି ଦିନ କୁ ଦିନ ବିଭିନ୍ନ ସ୍ଥାନରେ ସତସଙ୍ଗ ଓ ପଟୁଆର ସହ ସାରଥି ଅନୁଗାମୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି,
ଗତକାଲି ଅପରାହ୍ନରେ ଏକ ବିରାଟ ଶୋଭାଯାତ୍ରା ରେ ସାରଥି ପ୍ରତିମୂର୍ତ୍ତି ଓ ପାଦୁକା କୁ ବଜାର ପରିକ୍ରମା କରି ହରିପୁର ଗ୍ରାମ ର ଉତ୍ସବ ସ୍ଥଳୀ ରେ ପହଞ୍ଚାଇ ଥିଲେ, ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବିଭିନ୍ନ ସାରଥି ମଣ୍ଡଳ ର ଅନୁଗାମୀ ମାନେ ପହଂଚି ଥିଲେ, କିଛି ଶ୍ରଦ୍ଧାଳୁ ନିଜର ଅନୁଭୂତି ବଖାଣିବା ସହ ବାବା ଙ୍କୁ ମିଛ ରେ ବଦନାମ କରାଯିବା କଥା କହିବା ସହ ସାରଥି ଗୀତ ରେ ଝୁମି ଥିଲେ ସମସ୍ତ ମହିଳା ଓ ପୁରୁଷ, ନିକଟରେ ସାରଥି ଙ୍କ ଫୋଟୋ ଚିତ୍ର ଓ ମାଳା ପ୍ରଭୁତି ବିକ୍ରି ହେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା, ସାରଥି ଙ୍କୁ ନିଜର ପ୍ରଭୁ ବୋଲି ମାନୁ ଥିବା ଏନେକ ଅନୁଗାମି ଭାବରେ କାନ୍ଦି ପକାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା,
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )