ପୂରୀ ଜିଲ୍ଲା ଓକିଲ ସଂଘ ରେ ଉତ୍କଳ ଦିବସ ପାଳିତ

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର 89ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଆଲୋଚନା ଚକ୍ର ହୋଇଥିଲା। ମଧୁ ବାବୁ ଓ ଗୋପବନ୍ଧୁ ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ ହୋଇଥିଲା।1568ମସିହାରେ ର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ ଙ୍କ ପରେ ଓଡ଼ିଶା ଆଫଗାନ, ମୋଗଲ, ମରାଠା ଓ ପରେ 1803ମସିହା ରେ ଇଂରେଜ ମାନଙ୍କ ଶାସନ କୁ ଗଲା ଓଡ଼ିଶା। ତତ୍କାଳୀନ ସମୟରେ 1866 ମସିହା ର ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶା ର ଆର୍ଥିକ ସାମାଜିକ ଅବସ୍ଥାନ ରୁ ଜନ୍ମ ନେଲା ଉତ୍କଳ ସମ୍ମିଳନୀ। ମଧୁବାବୁ, ଗୋପବନ୍ଧୁ, ମହତାବ ସମେତ ଭାଗବତିପାନିଗ୍ରହି ପ୍ରାଣନାଥ ପଟ୍ଟନାୟକ ଓଡିଆ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ କରିଥଲେ। 1936ରେ ଓଡ଼ିଶା ପ୍ରଥମ୍ ଭାଷା ଭିତ୍ତିକ ରାଜ୍ୟ ଭାବେ ପରିଗଣିତ ହେଲା। ସେଇ ମହାମନିଷୀ ମାନେ ଦେଇ ଯାଇଥିବା ଓଡ଼ିଶା ଆଜି ତାର ଅର୍ଥ ନୈତିକ ଭାବେ ଦୁର୍ବଳ ହେବାକୁ ଯାଉଛି। ମାଟି ତଳେ ଖଣିଜ ସମ୍ପଦ, ମାଟି ଉପରେ ଜଙ୍ଗଲ ଓ ଉପକୂଳ ରେ ସମୁଦ୍ର ଥିଲେ ମଧ୍ୟ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠୁନି। ଫଳରେ ଓଡିଆ ଯୁବକ ଦାଦନ ଯାଉଛି । ଓଡିଆ ଭାଷା କୁ ତାର ମାନ୍ୟତା ମିଳୁନି ଦଏ ସମସ୍ତ ପ୍ରସଙ୍ଗ କୂ ଆଧାର କରି ଓକିଲ ମାନେ ଜାତି ର୍ ଆଲୋକ ବାର୍ତିକା ସଦୃଶ ଆଗେଇ ଆସିବାକୁ ବକ୍ତା ମାନେ ଆହ୍ବାନ ଦେଇଥିଲେ। ଏଥିରେ ଆଦିତ୍ୟ ମିଶ୍ର, ଦୀପକ ଦାସ, ପ୍ରେମାନନ୍ଦ ମହାନ୍ତି, ଶରତ କୁମାର୍ ରାୟଗୁରୁ, ବୈଦ୍ୟନାଥ ପାଣି, ଗୁଣ୍ଡୁଚି ବରାଳ, ସମେତ ପ୍ରଦୀପ ରଥ, ପୁଷ୍କର ମହାପାତ୍ର, ରମେଶ ପ୍ରାସାଦ ସିଂହ, ସାରଦା ସାମଲ, ପ୍ରମୁଖ ସାମିଲ ଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ