ଗତକାଲି ଥିଲା ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନତା ଦିବସ।

ଗତକାଲି ଥିଲା ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନତା ଦିବସ। ଏହା ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହା ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କ ସର୍ବସାଧାରଣରେ ଦୃଶ୍ୟମାନତା ପାଇଁ ପାଳନ କରାଯାଏ । ଏହି ଆୟୋଜନ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନେ ସମ୍ମୁଖୀନ ହେଉଥିବା ଭେଦଭାବ ଏବଂ ସମାଜରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉତ୍ସର୍ଗୀକୃତ ।
ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କ ବିଷୟରେ ସର୍ବସାଧାରଣରେ ଦୃଶ୍ୟମାନତା ବୃଦ୍ଧିକରିବା ପାଇଁ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ, ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନତା ଦିବସ ପାଳନ କରୁଛନ୍ତି । ଆଜି ଏହା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପାଳନ କରାଯାଉଛି । ପୁରୀ ଜିଲ୍ଲା କିନ୍ନର ସଂଘ, ସାଥୀ NGO ଓ ଦି ବେଲ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ଜିଲ୍ଲା ପ୍ରଶାସନ ସହିତ ସାହାଯ୍ୟର ହାତ ବଢ଼ାଇଛନ୍ତି ।ଏହି କାର୍ଯ୍ୟକ୍ରମରେ, ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ପୁରୀ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟର ପରାମର୍ଶଦାତା ସିଦ୍ଧାର୍ଥ ରାୟ,ପ୍ରୋଗ୍ରାମ ଅଫିସର ଚନ୍ଦ୍ରପ୍ରଭା ଦେଇ,ପୁରୀ ଜିଲ୍ଲା କିନ୍ନର ସଙ୍ଘର ମା ଦେବକୀ କିନ୍ନର, ପ୍ରିୟାଂଶି ଦାସ ଏବଂ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନେ ଓ ପରିବାରବର୍ଗ ଯୋଗଦେଇଥିଲେ ।ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ପାଳନ ଉତ୍ସବରେ ଉପସ୍ଥିତ ସମସ୍ତ ଅତିଥିମାନେ ସେମାନଙ୍କ ଭାଷଣରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଦେଇଥିଲେ। ଏହାସହିତ କିଭଳି ଆମ ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କ ପାଇଁ ନିଯୁକ୍ତି ଏବଂ ଜୀବିକାର ସୁଯୋଗ ସୃଷ୍ଟି କରିପାରିବ, ଏହା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ Iଏହି ଉତ୍ସବରେ, ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟମାନେ ଏକ ରାମ୍ପ ଶୋ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ I ଅଂଶଗ୍ରହଣକାରୀମାନଙ୍କୁ ଆୟୋଜକଙ୍କ ପକ୍ଷରୁ ପ୍ରଶଂସା ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା ।ଶେଷରେ ଅନୁଷ୍ଠାନର ସଂପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ