April 2, 2025
Share

 

୧-ଆଜିଠୁ ବଦଳିବ ୫ଟି ଆର୍ଥିକ ନିୟମ:ନୂଆ ଆୟକର ସ୍ଲାବ୍,ନିଷ୍କ୍ରିୟ ନମ୍ବର ପାଇଁ ନୂଆ ୟୁପିଆଇ ନିୟମ,ନୂଆ କ୍ରେଡିଟ୍ କାର୍ଡ ନିୟମ,ଏକୀକୃତ ପେନସନ ଯୋଜନା ଓ ନୂଆ ଜିଏସଟି ସୁରକ୍ଷା ଫିଚର।

 

୨-ଭୁବନେଶ୍ବର:୨୧,୪୬୨ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜସ୍ଵ କୋଠା ନାହିଁ, ବିଦ୍ୟୁତ୍ ସଂଯୋଗ ୨୩,୮୨୩ କେନ୍ଦ୍ରରେ ନାହିଁ।

 

୩-ପୁରୀ:ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ?୪ ଓ ୫ତାରିଖରେ ଶୃଙ୍ଖଳାର ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ।

 

୪-କମିବ ଖରା, କିଛି ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା : ବଦଳିପାରେ ପାଣିପାଗ ମିଜାଜ।

 

୫-ସୁଭଦ୍ରା ଆବେଦନ ଅବଧି ଶେଷ, ମାର୍ଚ୍ଚ ୩୧ ଥିଲା ଆବେଦନର ଶେଷ ତାରିଖ।

 

୬-ଆଜିଠୁ ଡିପ୍ଲୋମା ଓ ପୋଷ୍ଟ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଅନଲାଇନ୍ ରେ ନାମଲେଖା ଆବେଦନ ଆରମ୍ଭ।

 

୭-୨୦୨୪-୨୫ ଆର୍ଥିକ ବର୍ଷରେ ନନ୍ଦନକାନନ ଇତିହାସରେ ସର୍ବାଧିକ ଆୟ ସହ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି।

 

୮-କେନ୍ଦ୍ରାପଡାରୁ ଆସିଲା ସାଂଘାତିକ ଅଭିଯୋଗ; ପ୍ରଧାନମନ୍ତ୍ରୀ ଆବାସ ଘର ସର୍ଭେ ପରେ ବ୍ଲକ ଅଧିକାରୀ ମାଗୁଛନ୍ତି ଟଙ୍କା।

 

୯-କେନ୍ଦୁଝର ଜିଲ୍ଲା କଳିଗାଁ ପଞ୍ଚାୟତ:ଅବଧି ସରିଲା, ଧାନ ବିକି ପାରିଲେନି ଚାଷୀ, ଫେବୃୟାରୀରୁ ଆସିଥିଲା ଟୋକନ୍‌।

 

୧୦-ଚୌଦ୍ବାର:ସରିଲା ଟ୍ରାକ ମରାମତି, ଚୌଦ୍ବାର ନିର୍ଗୁଣ୍ଡିରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ।

 

୧୧-କ୍ରାଇମବ୍ରାଞ୍ଚ କବଜାରେ ଅନ୍ତଃରାଜ୍ୟ ସାଇବର ଠକ; ୭ ଆନ୍ତରାଜ୍ୟ ସାଇବର ଠକ ତାମିଲନାଡ଼ୁ ଓ କର୍ଣ୍ଣାଟକରୁ ଗିରଫ।

 

୧୨-ଭୁବନେଶ୍ୱର:CTTC ଓ CIPET ଡିପ୍ଲୋମା ପ୍ରବେଶିକା ପରୀକ୍ଷା ପାଇଁ କୋଚିଙ୍ଗ ସହାୟତା:9937201957,9937295957

 

୧୩-ଅମାନିଆ ଗାଡି ଚାଳକ ସାବଧାନ,ବାକିଥିବା ଟ୍ରାଫିକ ଇ-ଚାଲାଣ ନ ଭରିଲେ ରଦ୍ଦ ହେବ ଲାଇସେନ୍ସ।

 

୧୪-ଯାଜପୁର ରୋଡ଼:କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ୧୭ ଗିରଫ।

 

୧୫-ଭରତପୁର ପୋଲିସ ଉପରେ ଆକ୍ରମଣ ଘଟଣାରେ ୬ ଅଭିଯୁକ୍ତ ଗିରଫ, ୪ ଟି ମାମଲା ରୁଜୁ।

 

୧୬-ସମ୍ବଲପୁର : ଭିସୁଟର ପାସ୍ ଆଉଟ ଛାତ୍ରୀ ମୃତ୍ୟୁ ଘଟଣାରେ, ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଗିରଫ।

 

୧୭-ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କର କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ : ଛତିଶଗଡ଼ ହାଇକୋର୍ଟ।

 

୧୮-ଚଣ୍ଡୀଗଡ଼:ସ୍ତ୍ରୀର ରିଲ୍ସ ପାଇଁ ଚାଲିଗଲା ସ୍ୱାମୀଙ୍କ ଚାକିରି; ବିଚ୍ ରାସ୍ତାରେ ପତ୍ନୀ ନାଚିବା ପରେ ନିଲମ୍ବିତ ହେଲେ କନେଷ୍ଟବଳ।

 

୧୯-ସୀମା ମୁକୁଳା , ବଢୁଛି ଅନୁପ୍ରବେଶ: ବାଂଲାଦେଶ- ଭାୟା ପଶ୍ଚିମବଙ୍ଗ- ଠିକଣା ଓଡ଼ିଶା।

 

୨୦-କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଏହାର ସାଢ଼େ ୭ କୋଟି ସଦସ୍ୟଙ୍କ ଲାଗି ଅଗ୍ରିମ ଅର୍ଥ ଉଠାଣ ବର୍ତ୍ତମାନର ୧ ଲକ୍ଷ ଟଙ୍କାରୁ ୫ ଗୁଣ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି।

 

୨୧-ମୁମ୍ବାଇ: ଅଶ୍ବିନୀଙ୍କୁ ୪ ଓ୍ବିକେଟ୍, ମୁମ୍ବାଇର ପ୍ରଥମ ବିଜୟ,କେକେଆର ୮ ଓ୍ବିକେଟ୍ ରେ ପରାସ୍ତ।

 

୨୨-ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ପରୀକ୍ଷଣ ଆରମ୍ଭ କଲା ଭାରତ।

 

୨୩-ଭାରତର ସବୁଠାରୁ ଧନୀ ଆଇଏଏସ୍ ଅଫିସର, ଦରମା ୧ ଟଙ୍କା – ୨୦୦୪ ଛତିଶଗଡ଼ କ୍ୟାଡରର ବିଶିଷ୍ଟ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅମିତ କଟାରିଆ।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

ବନ୍ଦେ ଉତ୍କଳଜନନୀ 🙏 ଉତ୍କଳ ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐❤️