ବୁଗୁଡ଼ା ବିଇଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବୁଗୁଡ଼ା : ତା ୦୧/୦୪/୨୩ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ କବିବର ପ୍ରଧାନ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଇଓଙ୍କୁ ବୁଗୁଡ଼ା ବ୍ଲକର ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏବିଇଓ ସିମାଞ୍ଚଳ ସେଠୀଙ୍କ ସମେତ ବିଇଓ କାର୍ଯାଳୟର କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲେ । ଅବସରପ୍ରାପ୍ତ ବିଇଓ କବିବର ପ୍ରଧାନ ଜଣେ କର୍ତ୍ତବ୍ୟପରାୟଣ ଏବଂ ନୀତିନିଷ୍ଠ ଅଧିକାରୀ ଥିଲେ । ସେ ଗତ ଅକ୍ଟୋବର ମାସରେ ବୁଗୁଡ଼ା ବିଇଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ଆସ୍କା ବିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇ ଆସୁଥିଲେ ।