ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜ଼ିଲ୍ଲା ସମ୍ମିଳନୀ
ଭାରତ କୁ ବୈଭବଶାଳୀ ରାଷ୍ଟ୍ର କରିବା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ : ରାମଦତ୍ତ ଚକ୍ରଧର
ମୋହନା,୧/୪- ଗଜପତି ଜ଼ିଲ୍ଲା ମୋହନା ଠାରେ ଉତ୍କଳ ଦିବସ ଏବଂ ହିନ୍ଦୁ ନବବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜ଼ିରାଙ୍ଗ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିର ର ଗୁରୁଜୀ ଖେମ୍ପୋପେମା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସଂଘ ର ଅଖିଳଭାରତୀୟ ସହ ସର କାର୍ଯ୍ୟବାହ ରାମଦତ୍ତ ଚକ୍ରଧର ଯୋଗ ଦେଇ ନିଜ ଅଭିଭାଷଣ ରେ ଭାରତ କୁ ବୈଭବଶାଳୀ ରାଷ୍ଟ୍ର କରିବା ପାଇଁ ସମସ୍ତ ଏକାଠି ହେବାପାଇଁ ଆହ୍ୱାନ କରିଥିଲେ l ଆସନ୍ତା ୨୦୨୫ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଏକ ଶହ ବର୍ଷ ରେ ପଦାର୍ପଣ କରିବ l ତେଣୁ ସଂଘ କାର୍ଯ୍ୟକୁ ଆହୁରି ବିସ୍ତାର କରିବାକୁ ସେ ଆହ୍ବାନ ଦେଇଛନ୍ତି l ଏହି ଅବସରରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ହିନ୍ଦୁ ଧର୍ମାବଲମ୍ବି ଜନସାଧାରଣ ସ୍ଥାନୀୟ ଶିବମନ୍ଦିର ରୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ l ପରେ ସଂଘର ର ସ୍ୱୟଂସେବକ ମାନେ ପୂର୍ଣ୍ଣ ଗଣବେଶ ରେ ଘୋଷବାଦ୍ୟ ସହ ସଞ୍ଚାଳନ କରିଥିଲେ l ଅପରାହ୍ନ ରେ ସ୍ଥାନୀୟ ହାଇସ୍କୁଲ ପଡିଆ ରେ ଜ଼ିଲ୍ଲା ର ବିଭିନ୍ନ ସ୍ଥାନ ରୁ ଆସିଥିବା ସ୍ୱୟଂ ସେବକମାନେ ଶାରୀରିକ ପ୍ରଦର୍ଶନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ବିଭାଗ ସଙ୍ଘ ଚାଳକ ଭଗବାନ ତ୍ରିପାଠୀ, ଗଜପତି ଜ଼ିଲ୍ଲା ସଙ୍ଘ ଚାଳକ ଗୌରାଙ୍ଗ ପାଣିଗ୍ରାହୀ , ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ ମାଝୀ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ କୁ ସହ ପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ୍, ଜିଲ୍ଲା କlର୍ଯ୍ୟବାହ ଅମୂଲ୍ୟ ପାତ୍ର, ସହ ଜିଲ୍ଲା କlର୍ଯ୍ୟବାହ ପ୍ରଶାନ୍ତ ସୁବୁଦ୍ଧିଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଏବଂ ସ୍ୱୟଂ ସେବକମାନେ ପରିଚାଳନା କରିଥିଲେ l