April 28, 2026

ନବୀନର 25ତମ ବିଷୁବ ମିଳନ ରଜତ ଜୟନ୍ତୀ ଓ ରାଜ୍ୟସ୍ତରୀୟ ସାରସ୍ବତ ସମାବେଶ ପ୍ରସ୍ତୁତି

242c5a1f-5e10-4fc5-8d9c-d16cec896388
Share


ବ୍ରହ୍ମପୁର, ତା. 31/3 :
ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ 25ତମ ବିଷୁବ ମିଳନ ରଜତ ଜୟନ୍ତୀ ଅବସରରେ 5 ଜଣ ପ୍ରତିଭାଧରଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏହି କାଯର୍‌ୟକ୍ରମକୁ ସଫଳ କରିବା ପାଇଁ ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସ୍ବାଗତ ସମିତି ଗଠନ କରାଯାଇଛି ପ୍ରତିଷ୍ଠାନର କାଯର୍‌ୟକାରୀ ସଭାପତି ସ୍ବନାମଧନ୍ୟ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି
ଅପ୍ରେଲ 14 ତାରିଖ (ଶୁକ୍ରବାର)ରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ଆୟୋଜିତ ହେବାକୁ ଯାଉଥିବା ବିଷୁବ ମିଳନ ତଥା ରଜତ ଜୟନ୍ତୀ ଓ ରାଜ୍ୟସ୍ତରୀୟ ସାରସ୍ବତ ସମାବେଶରେ ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସମାଜସେବୀ ତଥା ଚିଦାନନ୍ଦ ଦିବ୍ୟଧାମର ପ୍ରତିଷ୍ଠାତା ଆଧ୍ୟାତ୍ମିକବାଦୀ ବିପ୍ର ଚରଣ ପାତ୍ର, ସାହିତି୍ୟକା ତଥା ଲେଖକା କଲ୍ୟାଣୀ ସଂଘମିତ୍ରା ଦେବୀ, ସମାଜସେବୀ ବଂଶୀଧର ନାହାକ, ଲେଖକା ନଳିନୀପ୍ରଭା ଦାସ ଓ ସମାଜସେବୀ ତଥା ସଂଗୀତଜ୍ଞ ପ୍ରଶାନ୍ତ କୁମାର ନାୟକଙ୍କୁ ନବୀନ ବିଷୁବ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସ୍ଥିରୀକୃତ ହୋଇଛି ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ପୃଷ୍ଠପୋଷକ ପ୍ରଫେସର ଡ଼ା. ପି.ସି. ସାହୁ, ନବୀନର ସମ୍ପାଦକ ରବି ରଥ, ଉପଦେଷ୍ଟା ପ୍ରଫେସର ଡ଼ମ୍ବରୁଧର ସାହୁ, ସମାଜସେବୀ ରାମକୃଷ୍ଣ ପାତ୍ର, ବନ୍ଦନା ମହାପାତ୍ର, ସୁଶାନ୍ତ କର, ରଞ୍ଜନ କୁମାର ସାହୁ, ମାନସ ରଞ୍ଜନ ତ୍ରିପାଠୀ, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ

(କୃଷ୍ଣଚନ୍ଦ୍ର ତ୍ରିପାଠୀ)
କାଯର୍‌ୟକାରୀ ସଭାପତି
ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ