March 1, 2025

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Share

କୋଲନରା:( ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଆଜି ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା ଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ବିଧାୟକ ନୀଳମାଧଵ ହିକକା ଯୋଗଦେଇ ଥିବା ବେଳେ, ଉପାଧ୍ୟକ୍ଷ ହଳଧର ହିମିରିକା, ସାଂସଦ ପ୍ରତିନିଧି ଆଇ ଗୋବର୍ଦ୍ଧନ ରାଓ, ଜିଲ୍ଲା ପରିଷଦ ସଭ୍ୟ କୋଲନରା କ ଇପିଲି ଧବଳେଶ୍ବର ନାଇଡୁ,କୋଲନରା ଖ ସଭ୍ୟା ସୁନିତା ତାଡିଙ୍ଗି, ପଞ୍ଚାୟତ ସମିତି ଅଧିକାରୀ ରୀନା ପ୍ରଧାନ, ଅତିରିକ୍ତ ତହସିଲଦାର ବିଘ୍ନେଶ୍ୱର କଂହର ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାତ୍ର ମଞ୍ଚାସିନ ଥିଲେ। କୋଲନରା ବ୍ଲକର ୧୭ ଟି ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ସଭ୍ୟା, ସରପଞ୍ଚ ମାନେ ଯୋଗ ଦେଇଥିବା ବେଳେ ଜିପିଡ଼ିଓ ପ୍ରଶାନ୍ତ କୁମାର ପାଢୀ ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ଗତ ବୈଠକ ର ବିବରଣୀ ପ୍ରଦାନ କରିଥିଲେ। ବୈଠକରେ ପୁନର୍ବାର ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ପ୍ରଦାନ ରେ ବିଳମ୍ବ କୁ ନେଇ ସରପଞ୍ଚ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ବିଧାୟକ ଶ୍ରୀ ହିକକା ବ୍ଲକ ପ୍ରଶାସନକୁ କହିଥିଲେ। ପାନୀୟ ଜଳ, ରାସ୍ତା, ଶିକ୍ଷା ,ସ୍ୱାସ୍ଥ୍ୟ ,ପଶୁ ସମ୍ପଦ କୁ ନେଇ ଆଲୋଚନା କରା ଯାଇଥିଲା। ନବ ନିର୍ମିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଠାକୁ ବିଦ୍ୟୁତ, ପାଣି ବ୍ୟବସ୍ଥା ଓ ବାହାର କାର୍ଯ୍ୟ ସଂପୂର୍ଣ୍ଣ ନ ହେଉଣୁ ତରବରିଆ ଭାବେ କାହିଁକି ଉଦଘାଟନ କରା ଗଲା, ଯଦି କରାଗଲା ତେବେ ପୁରୁଣା ସ୍ୱାସ୍ଥ୍ୟ କେନ୍ଦ୍ରରୁ ନୂତନ କୋଠାକୁ ସ୍ଥାନାନ୍ତର କରୁନ କାହିଁକି ବୋଲି ଭାର ପ୍ରାପ୍ତ ଚିକିତ୍ସା ଧିକାରୀ ଡାକ୍ତର ଜି ଶୈଳଜା ଙ୍କୁ ପ୍ରଶ୍ନ କରା ଯାଇଥିଲା। ସେହିପରି ରେଖାପଦର ପି ଏଚ ସି ରେ ଫାର୍ମାସିଷ୍ଟ ସମେତ ଅନ୍ୟ କର୍ମଚାରୀ ଖାଲି ପଡିଥିବା, ପାଣିଛତ୍ର ଆରୋଗ୍ୟକେନ୍ଦ୍ର ଠିକ ଭାବେ ଖୋଲା ଯାଉନଥିବା, ୩ ମାସ ହେବ ବିଦ୍ୟୁତ ନ ଥିବା ବିଷୟରେ ଲୋକ ପ୍ରତିନିଧି ପ୍ରଶ୍ନ କରିଥିଲେ। ସେହିପରି ଖରା ଓ ଗରମ ବୃଦ୍ଧି ପାଉଥିବାରୁ ପାନୀୟ ଜଳ ଯେପରି କୌଣସି ଗାଁରେ ସମସ୍ୟା ନ ହୁଏ ଓ ଅଧା ରହିଥିବା କାମକୁ ଶୀଘ୍ର ସାରିବା ପାଇଁ ସହକାରୀ ଯନ୍ତ୍ରୀ ଶୁଭଦର୍ଶିନୀ ପଟ୍ଟନାୟକ ଙ୍କୁ କହିଥିଲେ। ପଶୁ ଚିକିତ୍ସା ଳୟରେ ସ୍ଥାୟୀ ଭି ଏସ ଓ ବି ଭି ଓ ନ ଥିବା ନେଇ ମଧ୍ୟ ଆଲୋଚନା ସହିତ ଗୋ ଚାଲାଣ ରୋକିବା ଦିଗରେ କଣ ପଦକ୍ଷେପ ରହିଛି ଭ୍ରାମ୍ୟମାଣ ଭ୍ୟାନର ଭି ଏ ଏସ ଈଶ୍ୱର ଆନନ୍ଦ ସେନାପତିଙ୍କୁ ପ୍ରଶ୍ନ ହୋଇଥିଲା। କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ସହକାରୀ କୃଷି ଅଧିକାରୀ ଗୁପ୍ତ ପ୍ରସାଦ ପଣ୍ଡା କହିଥିଲେ। ବ୍ଲକରେ ଯନ୍ତ୍ରୀ ଙ୍କ ଅଭାବ ଓ ପିଇଓ ଙ୍କ ଅଭାବ ଯୋଗୁଁ ଉନ୍ନୟନ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବା ବିଧାୟକ ଙ୍କୁ ବିଡ଼ିଓ ଜଣାଇଥିଲେ। ନୂଆ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାକୁ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ବୈଠକରେ ସେକ୍ସନ ଅଫିସର ଅରୁଣ କୁମାର ପାଢୀ , ବି ଏଫ ଓ ଗଣେଶ୍ୱର ଭଟ୍ଟ, ବିଇଓ ମଞ୍ଜୁଲତା ଜେନା, ସି ଡି ପି ଓ ବିଜୟ ଲକ୍ଷ୍ମୀ ନିଷଙ୍କ, ଏମ ଆଇ ଅନୀଲ କୁମାର ଗମାଙ୍ଗ, ଡବ୍ଲ୍ୟୁ ଇ ଓ ଦେବାଶିଷ ମୁଣ୍ଡ, ବି ଏସ ଏସ ଓ ପ୍ରଭାତ କୁମାର ଶବର, ଆରଡ଼ି ଯନ୍ତ୍ରୀ ଜିତେନ୍ଦ୍ର ପାରାସେଠ , ମିଶନଶକ୍ତି ବିପିସି ମନୋଜ କୁମାର ପାଣି,ଓଡିଶା ଜୀବିକା ମିଶନ ବିପିଏମ ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ,ସମସ୍ତ ପିଇଓ, ଯନ୍ତ୍ରୀ ଉପସ୍ଥିତ ଥିଲେ। ଶେଷରେ ଜିପିଡ଼ିଓ ପ୍ରଶାନ୍ତ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।