April 27, 2026

ଏନ୍ଏସି କ୍ଲଷ୍ଟର ସ୍ତରୀୟ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ…

sec
Share

ବୁଗୁଡ଼ା :  ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ବୁଗୁଡ଼ା ଏନଏସି କ୍ଲଷ୍ଟର ପକ୍ଷରୁ ଗୋଲାମୁଣ୍ଡୁଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସତ୍ଯ ନାରାୟଣ ବେହେରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଇଓ ଚିନ୍ମୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ ଯୋଗ ଦେଇଥିଲେ । ସିଆରସିସି କିରଣ ବାଳା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀ ସାଙ୍ଗକୁ ଶିଶୁଙ୍କ ଉପଯୋଗୀ ଖେଳନା , ପ୍ରକଳ୍ପ ଓ ଚିତ୍ରକଳା ଆଦି ପ୍ରଦର୍ଶିତ ହୋଇଥିଲା । ଏ ଅବସରରେ ସମସ୍ତ ବିଦ୍ୟାଳୟର ଅଂଶ ଗ୍ରହଣକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ ପରିଶେଷରେ ସହକାରୀ ଶିକ୍ଷୟିତ୍ରୀ ମଧୁସ୍ମିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।