May 13, 2025

ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ 

Share

 

ବୁଗୁଡା : ତା ୦୧/୦୨/୨୫ : ସ୍ଥାନୀୟ ବାଳିକା ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଇଓ ଚିନ୍ମୟ ମହାପାତ୍ର , ଏବିଇଓ ଅମିତା କୁମାରୀ ପାଢୀ ଓ ତପସ୍ବିନୀ ସାହୁ, ସିଆରସିସି କିରଣ ବାଳା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବୁଗୁଡା ବ୍ଲକର ୫୧ ଜଣ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ କରିଥିଲେ। ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ସହାୟକ ନିମନ୍ତେ ଟ୍ରାଇ ସାଇକେଲ , ଓ୍ବିଲ୍ ଚେୟାର , କମୋଡ୍ ସିପି ଚେୟାର , ଆଶାବାଡ଼ି, ରେଲେଟର ଆଦି ଉପକରଣ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ଡାକୁଆ ଓ ସୋନାଲିନ୍ ପଣ୍ଡା ପରିଚାଳନା କରିଥିବା ବେଳେ ଏଥିରେ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ପ୍ରମୋଦ କୁମାର ମିଶ୍ର , ଦୀପକ କୁମାର ସେଠୀ ଓ ସୁଶାନ୍ତ କୁମାର ଗୌଡ ପ୍ରମୁଖ ସହଯୋଗ କରିଥିଲେ। ତେବେ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସମ୍ବନ୍ଧୀୟ ଉପକରଣ ଯୋଗାଇ ଦିଆଗଲେ ଶିକ୍ଷା କ୍ଷେତ୍ରରେ ସେମାନେ ଉନ୍ନତି କରିପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।