ଉପାନ୍ତ ଖବର ମହା ପ୍ରଭାବ, ଅବସର ନେବାର ଦୁଇଦିନ ପୂର୍ବରୁ ହେଲା କାର୍ଯ୍ୟାନୁଷ୍ଠାନ, ପହଁଚିଲା ନିର୍ଦ୍ଦେଶନାମା…..

ତିର୍ତ୍ତୋଲ , ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା କୋଲର ଗ୍ରା:ପ: ର ଦଶମାଣକୁଳସ୍ଥିତ ଶ୍ରୀମା ସରକାରୀ ବିଦ୍ୟାଳୟ ର ଅର୍ଥ ଦୁର୍ନୀତିର ମାଷ୍ଟର ମାଇଣ୍ଡ ଙ୍କ ପର୍ଦାଫାଶ କରିଛନ୍ତି ସେଇ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଏବଂ ଜଣେ ସମାଜ ସେବୀ l ଦୀର୍ଘଦିନ ଧରି ଶ୍ରୀମା ସରକାରୀ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଧୀର କୁମାର ରାଉତ ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଶ୍ରୀମତୀ ଯଶୋଦା ବାରିକ ଙ୍କ ଦସ୍ତଖତ କୁ ଜାଲିଆତି କରି ବିଭିନ୍ନ କାର୍ଯ୍ୟ ଆଳରେ ଅର୍ଥ ର ଦୁରୁପଯୋଗ କରି ଆସୁଥିଲେ !ବିଦ୍ୟାଳୟ ମଧ୍ୟକୁ ଯଶୋଦା ବାରିକ ଯେବେ ଆସୁଥିଲେ ତାଙ୍କୁ ପ୍ରବେଶ କରେଇ ଦେଉ ନଥିଲେ ବରଂ ବିଦ୍ୟାଳୟ ର ମୁଖ୍ୟ ଫାଟକ କୁ ତାଲା ପକେଇ ଦେଉଥିବାର ଅଭିଯୋଗ କରିଛନ୍ତି ନିଜେ ଯଶୋଦା ବାରିକ l ଏହି ବାବଦରେ ତିର୍ତ୍ତୋଲ ଶିକ୍ଷାଧିକାରୀ, ଜିଲ୍ଲାଶିକ୍ଷାଧିକାରୀ, ତିର୍ତ୍ତୋଲ ବ୍ଲକରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଏବଂ ଜିଲ୍ଲାପାଳଙ୍କ ଦପ୍ତର ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମୁଚିତ ବିଚାର ଅଭିଯୋଗ କାରୀଣି ଙ୍କୁ ମିଳିନଥିଲା l ଏପରିକି ତିର୍ତ୍ତୋଲ ଥାନାର ଦ୍ୱାରସ୍ତ ହୋଇ ମଧ୍ୟ ନିରାଶ ହୋଇଥିବା ଆମ ପ୍ରତିନିଧି ଙ୍କ ଦ୍ଵାରା ଖବର ପ୍ରସାରଣ ହେବାପରେ ,ଦେବଦୁତ ସମ ସାହାଯ୍ୟର ହାତ ବଢ଼େଇଥିଲେ ଯୁବ ସମାଜସେବୀ ଇଂ.ବେଦଦ୍ୟୁତି ପୃଷ୍ଟି l ସୂଚନା ଅଧିକାର ଆଇନ ବଳରେ ହାସଲ ହୋଇଥିବା ସମସ୍ତ ସଠିକ ତଥ୍ୟ ବଳରେ, ବିଦ୍ୟାଳୟ ର ସମସ୍ତ କେଳେଙ୍କାରୀ ବିଷୟରେ ଶିକ୍ଷା ନିର୍ଦ୍ଦେଶକ ଙ୍କ ଦୃଷ୍ଟି ଆକର୍ଷଣ କରାଇ, ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହାୟକ ହୋଇ ପାରିଛନ୍ତି l ଦୁର୍ନୀତିର ସମସ୍ତ ଗୁପ୍ତ ବିଷୟକୁ ଉନ୍ମୁକ୍ତ କରାଇ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଙ୍କୁ ଅବସର ଗ୍ରହଣ କରିବାର ଠିକ ଦୁଇଦିନ ପୂର୍ବରୁ ଅପରାଧିକ କାର୍ଯ୍ୟ ପାଇଁ ତାଙ୍କ ବିରୁଦ୍ଧରେ ପ୍ରୋସିଡିଙ୍ଗ ଓ ପାଇବାକୁ ଥିବା ଅବସର କାଳୀନ ସମସ୍ତ ସରକାରୀ ଅର୍ଥ କୁ ନଦେବାର ନିର୍ଦ୍ଦେଶନାମା ଧରେଇ ଦିଆଯାଇଛି l ଯାହାର ପତ୍ର ସଂଖ୍ୟା ୨୪୯୭/୨୯. ୧. ୨୫ ଏବଂ ଏହା ବିରୁଦ୍ଧରେ ଯେବେ କିଛି ଅଭିଯୋଗ ଥାଏ ତେବେ ଉପଯୁକ୍ତ ପ୍ରମାଣପତ୍ର ସହିତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ପ୍ରଦତ୍ତ ହୋଇଅଛି l ଏହି ସମସ୍ତ ବିଷୟରେ ଏକ ପ୍ରେସମିଟ ଜରିଆରେ ଶ୍ରୀଯୁକ୍ତ ପୃଷ୍ଟି ଓ ଶ୍ରୀମତୀ ବାରିକ ଙ୍କ ପ୍ରତିକ୍ରିୟା ପ୍ରକାଶ କରାଯାଇଛି l
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର l