May 10, 2026

ଉନ୍ନତ ଉଚ୍ଚ ବିଦ୍ୟାଳୟ ବଡ଼ ଖିଲାପଦର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ..

IMG-20250201-WA0012
Share

 

କୋଲନରା: (ସଞ୍ଜୀବ କୁମାର କଣ୍ଡାଗରୀ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ବଡ ଖିଲାପଦର ସଦର ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ (ଏସ୍.ଏସ୍.ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଆଇଟିଡିଏ ପିଏ ଚନ୍ଦ୍ରକାନ୍ତ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଲ୍ୟାଣ ବିଭାଗର ଶିକ୍ଷା ମଣ୍ଡଳାଧୀଶ ଶ୍ୟାମଘନ ଭୂୟାଁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା, ସମିତି ସଭ୍ୟ କୈଳାଶ ହିକକା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମେଘନାଦ କଣ୍ଡାଗରୀ, ଶିକ୍ଷାବିତ୍ ଅନାଦି କିଲାକା, କମିଟି ସଭ୍ୟ ସୁରେନ୍ଦ୍ର କଣ୍ଡାଗରୀ, ଓ ସ୍ଥାନୀୟ ସରପଞ୍ଚ ମାଦାରାଓ କଣ୍ଡାଗରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପ୍ରଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ଙ୍କ ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ପରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇ ଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ | ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ, ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣି ଦେଇଥାଏ ବୋଲି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ | ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ | ଏହି ଅବସରରେ ବାର୍ଷିକ କ୍ରୀଡା ଉତ୍ସବରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ | ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଏଥିରେ କୈଳାଶପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶିକେଶନ ବାଗ୍, ବାଙ୍କିଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନ ଶବର, ଉଚ୍ଚ ବିଦ୍ୟାଳୟ କୈଳାଶପୁର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଘଡେଇ, ରୋବାଡି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରାମ ପ୍ରସାଦ ଶବର ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସ୍ବରାଜ ବେହେରା ଓ ଶିକ୍ଷୟିତ୍ରୀ କଲ୍ୟାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ୟାମ ସୁନ୍ଦର ଶବର, ଦୈତାରୀ ବାରିକ, ଜଗନ୍ନାଥ କଲାକା, ମୋହନ ରାଓ କାଡ୍ରାକା, ହରିଶଙ୍କର ବାତ୍ରିଆ ସମେତ ଶିକ୍ଷୟିତ୍ରୀ ମୋନାଲିସା ମଲ୍ଲିକ, ଲତା ଆରକା, କଲ୍ୟାଣୀ ମିଶ୍ର ଓ ମେଟ୍ରୋନ ବାସନ୍ତୀ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |