November 23, 2024

ଆବାସ ଯୋଜନା ମାମଲା, ଘର ଘର ବୁଲି ତଦନ୍ତ କରୁଛି ୭ ଜଣିଆ ୨ଟି ଟିମ୍

Share

ବୁଗୁଡା : ତା ୦୧/୦୨/୨୩ : ବୁଗୁଡା ବ୍ଳକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନାରେ ଘର ପାଇବା ପାଇଁ ଜାନୁୟାରୀ ୩୦ ତାରିଖରେ ଏକ ତାଲିକା ବ୍ଳକ କାର୍ଯ୍ୟାଳୟ ସହ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଶାସନ ପକ୍ଷରୁ ପ୍ରକାଶିତ ହୋଇଥିଲା । ତେବେ ଏଥିରେ କେତେକ ଯୋଗ୍ଯ ହିତାଧିକାରୀଙ୍କ ନାମ ନଥିବା ଯୋଗୁଁ ସେମାନେ ଏ ନେଇ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହାକୁ ଲକ୍ଷ୍ୟ କରି ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ଘର ଘର ବୁଲି ପ୍ରକୃତ ହିତାଧିକାରୀଙ୍କ ନାମ ତାଲିକା ପ୍ରସ୍ତୁତ କରିବା ପାଇଁ ତଦନ୍ତ କରିବାକୁ କୁହାଯାଇଛି । ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ବୁଗୁଡା ବିଡିଓ ବାସୁଦେବ ନାୟକଙ୍କ ନିର୍ଦ୍ଦେଶରେ ବ୍ଳକରେ ୭ ଜଣିଆ ୨ଟି ଟିମ୍ ଗଠନ କରାଯାଇ ଘର ଘର ବୁଲି ତଦନ୍ତ କରିବାକୁ କୁହାଯାଇଛି । ସେହି ଅନୁସାରେ ବୁଧବାର ଦିନ ଉକ୍ତ ଟିମରେ ଥିବା ଏପିଓ ପ୍ରତାପ କୁମାର ସାହୁ, ଜେଇ ପ୍ରସନ୍ନ କୁମାର ସାହୁ, ରାଜଲକ୍ଷ୍ମୀ ସିଂ,ବିଭୁତି ଭୂଷଣ ବେହେରା ଆଦି କନିଷ୍କ ଯନ୍ତ୍ରୀ,ଏସିପି ପ୍ରଦୀପ କୁମାର ଗୌଡ, ବିଏଲସି ଗଙ୍ଗାଧର ମିଶ୍ର ଓ ଏମଆଇ ହେମନ୍ତ କୁମାର ପ୍ରଧାନ ପ୍ରମୁଖ ଅରଖପୁର, ବାଲିପଦର, ପାଙ୍ଗିଡି, ଅନ୍ତରପଡା ଓ ଏ.କରଡାବାଡି ପଞ୍ଚାୟତର ବିଭିନ୍ନ ଘରକୁ ଘର ବୁଲି ଆବାସ ଯୋଜନାର ହିତାଧିକାରୀଙ୍କ ଘର ତଦନ୍ତ କରୁଥିବା ବେଳେ ଅନ୍ୟ ଏକ ଟିମ୍ ମଧ୍ୟ ଅନ୍ଯ ପଞ୍ଚାୟତମାନଙ୍କରେ ଘର ଘର ବୁଲି ତଦନ୍ତ ଜାରି ରଖିଥିବା ଜଣାପଡିଛି।