November 23, 2024

ବୁଗୁଡ଼ାର ୪ଟି କେନ୍ଦ୍ରରେ “ସୁନେତ୍ର” କାର୍ଯ୍ୟକ୍ରମ

Share

ବୁଗୁଡ଼ା :ତା ୦୧/୦୨/୨୩ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ୪ଟି ବିଦ୍ୟାଳୟରେ ପୃଥକ୍ ଭାବେ ଅନୁଷ୍ଠିତ ସୁନେତ୍ର କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଦ୍ୟାଳୟର ୧୨୨୫ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ଜଣାଯାଇଛି । ଏ ପରିପ୍ରେକ୍ଷୀରେ ବ୍ଯାଘ୍ରଦେବୀ ସ୍କୁଲ କେନ୍ଦ୍ରରେ ୩୦୮ , କାଦପଡା ସ୍କୁଲ କେନ୍ଦ୍ରରେ ୩୧୧ , ତାଳସାକର ସ୍କୁଲ କେନ୍ଦ୍ରରେ ୩୦୪ , ବି.କରଡ଼ାବାଡ଼ି ସ୍କୁଲ କେନ୍ଦ୍ରରେ ୩୦୨ ଜଣ ଛାତ୍ରଛାତ୍ରୀ ଚକ୍ଷୁ ପରୀକ୍ଷା କରିଥିଲେ । ସାଧାରଣ ଦୃଷ୍ଟି ଦୋଷ ଥିବା ଛାତ୍ରଛାତ୍ରୀଙ୍କୁ ଚଷମା ଯୋଗାଇ ଦିଆଯିବାର ବ୍ଯବସ୍ଥା କରାଯାଇଥିବା ବେଳେ ଅତ୍ଯଧିକ ଦୃଷ୍ଟି ଦୋଷ ଥିବା ଛାତ୍ରଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷାଧିକାରୀ କବିବର ପ୍ରଧାନ ଉଦଘାଟନ କରିଥିବା ବେଳେ ଗୋଷ୍ଠୀ ସମ୍ବଳ ବ୍ଯକ୍ତି ସୁଶାନ୍ତ କୁମାର ଡାକୁଆ ଓ ସୋନାଲିନ୍ ପଣ୍ଡା ପ୍ରମୁଖ ପରିଚାଳନା ଏବଂ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଛାସେବୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।