ଖବର ଆଜିର
ତାରିଖ ୦୧/୦୨/୨୦୨୩ ବୁଧବାର ।
୧-ନିର୍ବାଚନ୍ ପୂର୍ବରୁ ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ । ଜନତାଙ୍କ ସନ୍ତୁଷ୍ଟ କରି ବଜେଟ ଆଣିପାରନ୍ତି କେନ୍ଦ୍ର ସରକାର ।
୨-ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଉଦବୋଧନ । କହିଲେ, ୨୦୪୭ ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ଲକ୍ଷ୍ୟ ।
୩-ଧନବାଦର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡରେ ୧୫ ମୃତ ।
୪-ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩: ନିଯୁକ୍ତି ସୁଯୋଗ ବୃଦ୍ଧି, ସହରାଞ୍ଚଳରେ ବେକାରୀ ହାର କମିଲା ।
୫-ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ, ୯୭ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ।
୬-ସାଇବର ଅପରାଧ ରୋକିବାକୁ ସ୍ବତନ୍ତ୍ର ପ୍ରୟାସ: ରାଜ୍ୟବ୍ୟାପୀ ବୁଲିବ ସଚେତନତା ରଥ, ବାଣ୍ଟିବ ବାର୍ତ୍ତା ।
୭-ମୋରବି ଝୁଲାପୋଲ ଦୁର୍ଘଟଣା: କୋର୍ଟରେ ଆତ୍ମସମର୍ପଣ କଲେ ଓରେଭା ଗ୍ରୁପର ଏମଡି ଜୟସୁଖ ପଟେଲ।
୮-ବିହାର ରାଜ୍ୟ ରାଜନୀତିରେ ହଟଚମଟ । ରଣହୁଙ୍କାର ଦେଲେ ଉପନ୍ଦ୍ରେ କୁଶୱା । କହିଲେ ପଦବୀ ନାଁରେ ଭୂଆଁ ବୁଲାଉଛନ୍ତି ନୀତୀଶ କୁମାର ।
୯-ଧନୀ ତାଲିକାରେ ତଳକୁ ତଳ ଖସୁଛନ୍ତି ଗୌତମ ଆଦାନୀ । ଟପ୍ ୧୦ ଲିଷ୍ଟରୁ ବାହାରି, ଏବେ ୧୧ ନମ୍ବର ସ୍ଥାନରେ ।
୧୦-ଆଉ ଦୁଇଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ କେନ୍ଦ୍ରକୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ୍ ।
୧୧-ମନ୍ତ୍ରୀଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି । ଶାସକ ଦଳକୁ ଘେରିଲେ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ ।
୧୨-ନବ ଦାସଙ୍କୁ ଗୁଳିମାଡ ପରେ କାର୍ଯ୍ୟନୁଷ୍ଠାନ; ବଦଳିଲେ ଝାରସୁଗୁଡ଼ା ଏସପି ଓ ବ୍ରଜରାଜନଗର ଏସଡିପିଓ ।
୧୩-ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩।
୧୪-ଜିଓ ପକ୍ଷରୁ ବଲାଙ୍ଗୀର ଓ ନାଲ୍କୋରେ ଟ୍ରୁ-୫ଜିର ଶୁଭାରମ୍ଭ, ସାରା ଓଡ଼ିଶାର ୧୨ଟି ସହରରେ ପହଂଚିଲା ଟ୍ରୁ-୫ଜି ।
୧୫-ବିଶାଖାପାଟନମ୍ ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ : ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ।
୧୬-ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ ।
୧୭-ହିମାଚଳ ପ୍ରଦେଶ ପୋଲିସ୍ ନିଯୁକ୍ତି ଘୋଟାଲା: ୭ ରାଜ୍ୟର ୫୦ଟି ସିବିଆଇ ରେଡ୍ ।
୧୮-ବଜେଟ୍ ପୂର୍ବରୁ ଖୁସି ଖବର, ଜାନୁଆରୀରେ ୧.୫୫ ଲକ୍ଷ କୋଟି ଉପରେ ଜିଏସଟି ସଂଗ୍ରହ, ଦ୍ୱିତୀୟ ସର୍ବବୃହତ କଲେକ୍ସନ ।
ସୁପ୍ରଭାତ ,ଶୁଭ ସକାଳ ।