November 6, 2026

ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରି ବୈଠକ               

IMG-20261106-WA0001
Share

 

 

ବରପାଲି, ୫।୧୧(ସୁଦାମ ଦୀପ): ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାଗତ ଭାଷଣ ମେଡିକାଲ ଅଫିସର ଡା. ରାଜେଶ କୁମାର ବେହେରା ପ୍ରଦାନ କରିଥିଲେ। ଆର.କେ. ଏସ. କାର୍ଯ୍ୟକାରୀ ବୈଠକ ଚ୍ୟାରମେନ ବିଡ଼ିଓ ସୁମନ୍ତ କୁମ୍ଭାର, ଏନଏସି ଅଧ୍ୟକ୍ଷ ଦିନେଶ ଗହୀର, ବ୍ଲକ ଅଧ୍ୟକ୍ଷ ରୀନା ଥଇତ ସହ ରୋଗୀକଲ୍ୟାଣ ସମିତି ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକରେ ନିମ୍ନଲିଖିତ ବିଷୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ଆଇ.ପି.ଡି./ଓ.ପି.ଡ଼ି. ଲାବ୍ ଟେଷ୍ଟ ଆଦି ସେବା ସମ୍ପର୍କରେ ରୋଗୀ ସନ୍ତୁଷ୍ଟି ଉପରେ ଆଲୋଚନା ହୋଇଥିଲା। ଏହା ସହ ସି.ଏଚ.ସି./ପି.ଏଚ.ସି. ର ବର୍ତ୍ତମାନ ଭିତ୍ତିଭୂମି ଏବଂ ମାନବ ସମ୍ବଳ ସ୍ଥିତି, ମେଡିକାଲ ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପଦ ପୂରଣ ଓ ଖାଲି ପଦ ସ୍ଥିତି ଉପରେ ଗୁରୁତ୍ୱ, ୨୦୨୬-୨୭ ବର୍ଷ ପାଇଁ ନୂତନ ଭିତ୍ତିଭୂମି ଏବଂ କାର୍ଯ୍ୟକ୍ରମ ରୂପାୟନ, ଆଉଟସୋର୍ସିଂ ଏଜେନ୍ସିର ଏଚ.ଆର. ସ୍ଥିତି ଏବଂ କାର୍ଯ୍ୟକଳାପ, ଏପ୍ରିଲ ୨୦୨୬ ରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଆର୍ଥିକ ଉପସ୍ଥାପନା ଓ ପ୍ରମୁଖ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇ ମୁକ୍ତ ଆଲୋଚନା ଏବଂ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ବୃଦ୍ଧି ଏବଂ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଛି। ଶେଷରେ ଡ଼.ବେହେରା ଧନ୍ୟବାଦ ଅର୍ପଣ ସହ ବୈଠକ ସମାପ୍ତ ହୋଇଥିଲା । ଏହି ବୈଠକ ମଧ୍ୟରେ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡ଼. ଶଶୀକାନ୍ତ ତ୍ରିପାଠୀ, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ମଧୁ ସୁଦନ ପୋଢ଼, ବରପାଲି, ବ୍ଲକ ଶିକ୍ଷା ଅଧିକାରୀ, ବରପାଲି, ଆଇ. ସି. ଡ଼ି. ଏସ ସୁପରଭାଇଜର, ଜନ ସ୍ୱାସ୍ଥ୍ୟ ବିସ୍ତାର ଅଧିକାରୀ, ବରପାଲି

ବ୍ଲକ ଆକାଉଣ୍ଟସ ମ୍ୟାନେଜର ସହଯୋଗ କରିଥିଲେ l ବିଶେଷ ସଦସ୍ୟ, ସୁଦର୍ଶନ ସୁନା – ବିଶିଷ୍ଟ ନାଗରିକ , ଚିତ୍ତରଞ୍ଜନ ସାହୁ – ସିଭିଲ ସୋସାଇଟି ପ୍ରତିନିଧି, ଅଶୋକ ପଣ୍ଡା – ସିଭିଲ ସୋସାଇଟି ପ୍ରତିନିଧି, ପଦ୍ମଲୋଚନ ସାହୁ -ବିଶେଷ ସଦସ୍ୟ ସମେତ ଆଗଲପୁର ସି ଏଚ ସି ର ସମସ୍ତ ସଭ୍ୟ ସଭ୍ୟା ମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।