November 6, 2026

ସାହିତ୍ୟିକ ସଦାନନ୍ଦ ମେହେରଙ୍କ ମାତୃ ବିୟୋଗ

IMG-20261106-WA0002
Share

 

 

ବରପାଲି,୫/୧୧(ସୁଦାମ ଦୀପ): ବରପାଲି ଯୁୂବ ସାହିତ୍ୟିକ ତଥା ମହଦାସ୍ଥିତ ମା’ ସମଲେଶ୍ବରୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ସଦାନନ୍ଦ ମେହେରଙ୍କ ମାତା ଲଳିତା ମେହେରଙ୍କ ବିୟୋଗ ହୋଇଯାଇଛି। ଗୁରୁବାର ପୁର୍ବାହ୍ନ ସମୟରେ ୭୮ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା। ସେ ଜଣେ ଅତ୍ୟନ୍ତ ସେହ୍ନୀ, ସରଳ, ନମ୍ର ଓ ଧର୍ମପରାୟଣା ମହିଳା ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ ସଦାନନ୍ଦ, ବୋହୂ ଲୋଟସ୍, ନାତି ଶ୍ଳୋକ, ବଡ଼ ଝିଅ ପଦ୍ମାବତୀ, ସାନ ଝିଅ ପଦ୍ମିନୀ, ବଡ଼ ଜ୍ବାଇଁ ଡମ୍ବରୁଧର ମେହେର, ସାନ ଜ୍ବାଇଁ ତ୍ରିଲୋଚନ ମେହେର, ନାତି ମନୋଜ, ସରୋଜ ପ୍ରମୁଖ ଉପସ୍ଥିତ ଥିଲେ । ବରପାଲି ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତେଷ୍ଟ୍ରିକ୍ରିୟା ସଂପନ୍ନ ହୋଇଛି। ତାଙ୍କର ଏକମାତ୍ର ପୁତ୍ର ସଦାନନ୍ଦ ମେହେର ମୁଖାଗ୍ନି ଦେଇଥିଲେ‌। ଶ୍ରୀମତୀ ମେହେରଙ୍କ ବିୟୋଗରେ ଆତ୍ମୀୟସ୍ବଜନମାନଙ୍କ ଭିତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗରେ ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ଡକ୍ଟର ଶୁକମୁନି ମେହେର, ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ, ଡକ୍ଟର ଲକ୍ଷ୍ମଣ କୁମାର ପ୍ରଧାନ, ପରୀକ୍ଷିତ ମେହେର, ଡକ୍ଟର ସୁଶୀଳ କୁମାର ବାଗ୍, ଡକ୍ଟର ଶେଷ ମେହେର, ସୁରେନ୍ଦ୍ର ବେହେରା, ସୁବାସ ମେହେର ପ୍ରମୁଖ ବହୁ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ ଗଭୀର ଶୋକ ପ୍ରକାଶ କରି ସ୍ବର୍ଗତା ଆତ୍ମାର ସଦଗତି କାମନା କରିଛନ୍ତି।