November 6, 2026

ସମ୍ବଲପୁରୀ ଡେରା ଆୟୋଜିତ ହେଲା ସମ୍ବଲପୁରୀ ରାମଲୀଳା 

IMG-20261106-WA0006
Share

 

ସମ୍ବଲପୁର,

ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ରେ ଗୁରୁବାର ଦିନିକିଆ ସମ୍ବଲପୁରୀ ରାମଲୀଳା ନାଟକ ଆୟୋଜିତ ହୋଇଯାଇଛି। ସମ୍ବଲପୁରୀ ରାମଲୀଳା କମିଟି ଆନୁକୂଲ୍ୟରେ ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ନାଟକ ରେ ଲଙ୍କାକାଣ୍ଡ ଏବଂ ଉତ୍ତରାକାଣ୍ଡ ର ବିଷୟ ବସ୍ତୁ ପ୍ରଦର୍ଶିତ ହୋଇଥିଲା । ଅପରାହ୍ନ ୫ ଟା ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବଲପୁରୀ ରାମଲୀଳା ନାଟକ ଅନୁଷ୍ଠିତ ହୋଇଥିଲା । ଦୀପାବଳି ଅବସରରେ ଆୟୋଜିତ “ଶ୍ରୀ ରାମ ଅଯୋଧ୍ୟା ଫିରୁଛନ ” ନାଟକକୁ ବବଲୁ ବାଗ ରଚନା ଏବଂ ନିର୍ଦ୍ଦେଶନା ଦେଇଥିବା ବେଳେ ରାମ ଭୁମିକାରେ ଏଲ ଏନ୍ ପୂଜାରୀ, ସୀତା ଭୁମିକାରେ ଶ୍ବେତା ପଣ୍ଡା, ରାବଣ ଭୂମିକାରେ ଶୁଭେ୍ନ୍ଦ୍ର ନନ୍ଦ, ହନୁମାନ ଭୂମିକାରେ ଘୁନୁ ପାଢ଼ୀ ଙ୍କ ସମେତ ପ୍ରାୟ ୩୦ ଜଣ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମ୍ବଲପୁରୀ ରାମଲୀଳା ନାଟକ ଦ୍ବିତୀୟ ଥର ଆୟୋଜନ ହୋଇଥିଲା । କମିଟି ର ସଭାପତି ଦଶରଥ ମେହେର ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଅତିଥି ସାମିଲ ହୋଇଥିଲେ। ଏଥିରେ ରବି ରତ୍ନ ବାଗ, ମୀନାକ୍ଷୀ ରାଉତ, ଲିପ୍ସା ରାନୀ ଓଝା, ପପୁନ କୁମାର, ସାହିଲ ବେହେରା ସଙ୍ଗୀତ ପରିବେଷଣ କରିଥିଲେ। ଏହାସହ ନଟରାଜ କଲଚରାଲ ଗୃପ, ଓମ କଲ୍ଚରାଲ ଏକାଡେମୀ, ପଞ୍ଚମ ଧ୍ବନି, ଏମଜେ ଡାନ୍ସ ଷ୍ଟୁଡିଓ ନୃତ୍ୟ ପରିବେଷଣ କରିଥିଲେ।

ସନାତନ ଧର୍ମର ପ୍ରଚାର ପ୍ରସାର ସହ ସମ୍ବଲପୁରୀ ଭାଷାର ପ୍ରଚାର ନାଟକ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କମିଟି ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଉପଦେଷ୍ଟା ଭବାନୀଶ ଭୋଇ, ମାନସ ରଞ୍ଜନ ବକ୍ସି, ସୁବୋଧ କୁମାର ଦୋରା ଙ୍କ ସମେତ କମିଟି ର

ସମ୍ପାଦକ ରାହୁଲ ଗୁପ୍ତା, ସାଂସ୍କୃତିକ ସହ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ଗର୍ଡିଆ, କୋଷାଧ୍ୟକ୍ଷ ରାଜେଶ ସ୍ବାଇଁ, ଉପସଭାପତି ପ୍ରସିସ ପଣ୍ଡା, ହିମାଂଶୁ ସାହୁ , ଅନମୋଳ ଦାସ ସଦସ୍ୟ ମାନେ ସହଯୋଗ କରିଥିଲେ।